ଗୌହାଟୀ: ଏବେ ବି ଭଲ ମଣିଷ ଦୁନିଆରେ ଅଛନ୍ତି । ତାହା ପୁନର୍ବାର ପ୍ରମାଣିତ ହୋଇଛି ଆସାମରେ । ଏଠାରେ ବିଲପ୍ତ ପ୍ରଜାତି ଟୋକେ ଗେକୋ (ଝିଟିପିଟି ଶ୍ରେଣୀର)କୁ ଶିକାରୀ ମାନେ ଧରି ନେଇ ଯାଉଥିଲେ । ଏହା ଦେଖି ବନ୍ୟ ବିଭାଗ କର୍ମଚାରୀ ଜୟନ୍ତ କେ ଦାସ ସେମାନଙ୍କ ସହ ମୁକାବିଲା କରିଥିଲେ । ଟୋକେ ଗେକୋକୁ ନେବା ପାଇଁ ସେମାନେ ୨୦ ଲକ୍ଷ ଟଙ୍କାର ଲାଂଚ ଯାଚିଥିଲେ । ମାତ୍ର ଜୟନ୍ତ ସେମାନଙ୍କ କବଳରୁ ଖସି ଉପରୋକ୍ତ ପ୍ରାଣୀକୁ ବଂଚାଇବାରେ ସଫଳ ହୋଇଥିଲେ । ଏହା ପରେ ସେ ଖୁସି ହୋଇ ଏହି ଫଟୋ ସୋସିଆଲ ସାଇଟରେ ଶେୟାର କରିଥିଲେ । ଯାହା କି ଭାଇରାଲ ହୋଇଛି ।
ଚୀନ ଓ କୋରିଆ ବଜାରରେ ଏହି ପ୍ରାଣୀର ଚାହିଦା ବହୁତ ଅଧିକ । ଏପରିକି ଏହାର ଜିଭରୁ ଏଡ୍ସ ଭଲି ରୋଗ ଭଲ ହୋଇଯାଉଥିବା ବିଶ୍ୱାସ ରହିଛି । ମାର୍କେଟରେ ଏବେ ଏହି ପ୍ରାଣୀର ମୂଲ୍ୟ ୧୪ କୋଟି ପାଖାପାଖି ରହିଛି । ଏହା ଏକ ଔଷଧୀୟ ପ୍ରାଣୀ ହୋଇଥିବାରୁ ବିଭନ୍ନ ମହଲରୁ ଜୟନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରାଯାଉଛି । ୨୦ ଲକ୍ଷ ମୋ ପାଇଁ ବଡ କଥା ନୁହେଁ । ଏହି ପ୍ରାଣୀ ପୃଥିବୀ ପୃଷ୍ଠରେ ବଂଚିରହିବା ଜରୁରୀ ବୋଲି ସେ କହିଛନ୍ତି ।
Comments are closed.