Latest Odisha News

ଅଭାବନୀୟ ଘଟଣା: ନିଜ ମାଆକୁ ଗୋଇଠା ମାରି ପୁଅ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ବ୍ଲକର ବତିପଡ଼ା ଗ୍ରାମରେ ନିଜ ମାଆକୁ ଗୋଇଠା ମାରି ନିର୍ଯ୍ୟାତନା ଦେଉଥିବା ବ୍ୟକ୍ତିକୁ ଗିରଫ କରିଛି ପୋଲିସ ।
ଏହି ଗ୍ରାମର ଶ୍ରୀଧର ବାରିକ ନାମକ ଏକ ବ୍ୟକ୍ତି ନିଜ ମାଆକୁ ଗୋଇଠା ମାରି ନିର୍ଯ୍ୟାତନା ଦେଉଥିବାର ଏକ ଭିଡ଼ିଓ ଦୃଶ୍ୟ ଗତ ୮ତାରିଖରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।

ଜଣେ ପୋଲିସ ଅଫିସରଙ୍କ କହିବାନୁଯାୟୀ ଏକ ପାରିବାରିକ ଝଗଡ଼ା ଯୋଗୁଁ ନିଜ ମାଆକୁ ଗୋଇଠା ମାରୁଥିବା ଘଟଣାର ଭିଡ଼ିଓ ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ଜାଣିବା ପରେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଇଛି ।

ଅଭିଯୁକ୍ତ ଜଣକ ବାରମ୍ବାର ତାଙ୍କ ନିଜ ଜନ୍ମକଲା ମାଆକୁ ଘରୋଇ କଳି ଲାଗି ଏହିପରି ଶାରୀରିକ ନିର୍ଯ୍ୟାତନା ଅନେକଥର ଦେଇଥିବାର କହିଛନ୍ତି ପୀଡ଼ିତାଙ୍କ ପାଖ ପଡ଼ୋଶୀ ।

ଅନ୍ୟ ଏକ ଘଟଣାରେ, ତିନିଦିନ ପୂର୍ବରୁ ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲାଟ ଅଞ୍ଚଳରେ ଜଣେ ମହିଳା ନିଜ ଶାଶୁଙ୍କୁ ପାଶବିକ ଭାବେ ପିଟୁଥିବାର ଭିଡ଼ିଓ ଦୃଶ୍ୟ ଭାଇରାଲ ହେବା ପରେ ଗିରଫ ହୋଇଥିଲେ ।

Leave A Reply

Your email address will not be published.