Latest Odisha News

ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟିକୁ ପଠାଗଲା ସରପଞ୍ଚମାନଙ୍କ ଦାବି ସମ୍ପର୍କିତ ସ୍ମାରକପତ୍ର

ଭୁବନେଶ୍ୱର: ରାଜ୍ୟ ସରପଞ୍ଚ ମହାସଂଘ, ଓଡ଼ିଶାର କର୍ମକର୍ତ୍ତାମାନେ ଗତକାଲି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ତାଙ୍କ ବିଧାନସଭା ପ୍ରକୋଷ୍ଠରେ ଭେଟି ସେମାନଙ୍କ ଦାବି ସଂପର୍କିତ ସ୍ମାରକପତ୍ର ପ୍ରଦାନ କରିଥିଲେ।

ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ସେମାନଙ୍କର ଦାବି ସମ୍ବନ୍ଧରେ ଅବଗତ ହେବା ପରେ ଏହି ଦାବିଗୁଡ଼ିକୁ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ଅଧିକ ନିରୀକ୍ଷଣ କରିବା ପାଇଁ ପଠାଯିବ ବୋଲି ପ୍ରକାଶ କରିଥିଲେ। ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ସରପଞ୍ଚମାନଙ୍କ ଦାବି ଓ ସମସ୍ୟା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ କରିବା ପରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି।

Comments are closed.