Latest Odisha News

BREAKING NEWS

ଡେଭିଡ ମିଲରଙ୍କ ଉପରେ ଖସିଲା ଦୁଃଖର ପାହାଡ଼: କ୍ୟାନସର ପୀଡ଼ିତା ଝିଅ ଆରପାରିରେ

ନୂଆଦିଲ୍ଲୀ: ରାଞ୍ଚି ମ୍ୟାଚ ପୂର୍ବରୁ ଭାରତକୁ କ୍ରିକେଟ ଖେଳିବାକୁ ଆସିଥିବା ସାଉଥ ଆଫ୍ରିକା ଷ୍ଟାର ବ୍ୟାଟସମ୍ୟାନ ଡେଭିଡ ମିଲରଙ୍କ ଉପରେ ଦୁଃଖର ପାହାଡ଼ ଖସିଛି । ଆଉ ସେ ଦୁଃଖ ହେଲା ତାଙ୍କ ଝିଅର ଅକାଳ ବିୟୋଗ ଘଟିଛି । କ୍ୟାନସର ପୀଡିତା ଝିଅ ତାଙ୍କୁ ଛାଡି ଚାଲିଯାଇଥିବାରୁ ସେ ଦୁଃଖଭରା ହୃଦୟର ଭାବନାକୁ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ମିଲର । ଏଥିପାଇଁ ସେ ଗଭୀର ଦୁଃଖପ୍ରକାଶ କରିବା ସହ ଇମୋସନାଲ ମେସେଜ ଲେଖିଛନ୍ତି  ଇନଷ୍ଟାଗ୍ରାମରେ । ଭିଡିଓରେ ଦେଖାଯାଇଛି ଅନେକ ଫଟୋରେ ମିଲରଙ୍କ ସହ ତାଙ୍କ ଝିଅର ଖୁସିବେଳର ଫଟୋ ରହିଛି ।

ମିଲର ଲେଖିଛନ୍ତି ସ୍କଟ ମୁଁ ତୁମକୁ ବହୁତ ବହୁତ ମିସ୍ କରିବାକୁ ଯାଉଛି । ଜୀବନର କମ ସମୟରେ ତୁମେ ଜୀବନ ସହ  ଲଢ଼ିବାର ସାହସ ଯେଉଁ ଦେଖାଇଛ ତାହାକୁ ମୁଁ ବହୁତ ପ୍ରଶଂସା କରୁଛି । ତୁମର ବଡ଼ ହୃଦୟକୁ ମୁଁ ସାଲୁଟ୍ କରୁଛି ।  ତୁମଠାରୁ ଶିଖିବାକୁ ମିଳିଛି ଯେ ତୁମେ କିପରି  ସଦାବେଳେ ପଜିଟିଭି ରହୁଥିଲ । ତୁମ ଚେହେରାରେ ସବୁ ସମୟରେ ହସ ଭରି ରହୁଥିଲା । କମ ସମୟରେ ମଧ୍ୟ ତମେ ମୋତେ ବହୁତ କିଛି ଶିଖାଇଛ । ମୋ ପ୍ରିୟ ରାଜକୁମାରୀ ସବୁବେଳେ ତୁମପାଇଁ ମୋ ଭଲପାଇବା ରହିବ  । ମୁଁ ତୁମକୁ ବହୁତ ଭଲପାଏ । ଏଭଳି ଇମୋସନାଲ ମେସେଜ ସୋସିଆଲ ମିିଡିଆ ଇନଷ୍ଟାଗ୍ରାମରେ ଛାଡିଛନ୍ତି ମିଲର ।

ସୋସିଆଲ ମିଡିଆରେ ମିଲର ପୋଷ୍ଟ କରିଥିବା ଅନେକ ଫଟୋରେ ସେ ତାଙ୍କ ଝିଅ ସହ ଖୁସିର ମୁହୂର୍ତ୍ତ ବିତାଉଥିବା ଦେଖାଯାଉଛନ୍ତି । ଅନେକ ଫଟୋରେ ତାଙ୍କ ଝିଅଙ୍କର ଚୁଟି କଟାଯାଇଥିବା ଦେଖାଯାଇଛି । ତେବେ କ୍ୟାନସର ନେଇ ମିଲର କିଛି କହିନାହାଁନ୍ତି । ବିଭିନ୍ନ ଗଣମାଧ୍ୟମର ପ୍ରକାଶିତ ଖବରରେ ତାଙ୍କ ଝିଅ କ୍ୟାନସର ସହ ଲଢ଼ୁଥିବା କୁହାଯାଇଛି ।

ତିନି ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ମ୍ୟାଚ ପାଇଁ ଏବେ ମିଲର ଭାରତ ଗସ୍ତରେ ଅଛନ୍ତି ।

Leave A Reply

Your email address will not be published.