Latest Odisha News

BREAKING NEWS

୩୪ ବର୍ଷ ପରେ ୧୦୦ ଶବ ସହ ଦୁଷ୍କର୍ମ କରିଥିବା ଅପରାଧୀଙ୍କୁ ଏଥର ମିଳିବ ଦଣ୍ଡ

ହିଥଫିଲ୍ଡ: ହିଥଫିଲ୍ଡରେ ୩୪ ବର୍ଷ ପରେ ୧୦୦ରୁ ଊର୍ଦ୍ଧ୍ୱ ଶବ ସହ ଦୁଷ୍କର୍ମ କରିଥିବା ୬୭ ବର୍ଷୀୟ ଡେଭିଡ ଫୁଲର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ କେଉଁ ଦଣ୍ଡ ମିଳିବ ତାହା ଘୋଷଣା କରାଯାଇ ନାହିଁ । ଡେଭିଡ ୱେଣ୍ଡି ନେଲ ଓ କ୍ୟାରୋଲିନ ପିୟର୍ସ ନାମକ ୨ଜଣ ଯୁବତୀଙ୍କ ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦଣ୍ଡିତ ହେବେ । ସେ ସ୍ଥାନୀୟ ଏକ ଡାକ୍ତରଖାନାରେ ଶବ ରହୁଥିବା ଘରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ । ସେଠାରେ ସେ ୧୦୦ରୁ ଊର୍ଦ୍ଧ୍ୱ ମହିଳା ଶବ ସହ ଦୁଷ୍କର୍ମ କରିଥିଲା । ୨୪ ନଭେମ୍ବର ୧୯୮୭ରେ ତାଙ୍କ ଘର ପାଖରେ ରହୁଥିବା ମହିଳାଙ୍କୁ ହତ୍ୟା କରିଥିଲେ । ଜଣଙ୍କ ଶବ ଘରେ ମିଳିଥିବା ବେଳେ ଅନ୍ୟ ଜଣଙ୍କ ନିକଟସ୍ଥ ଏକ ପୋଖରୀ ପାଖରୁ ମିଳିଥିଲା ।

BjdElectrycity

ପ୍ରମାଣ ପାଇବା ପରେ ୨୦୧୧ରେ ତାଙ୍କୁ ଗିରଫ କରାଯାଇଥିଲା ଓ ଏବେ ସେ ସମ୍ପୂର୍ଣ୍ଣ ଭାବେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହାର ତଦନ୍ତ ପାଇଁ ପୋଲିସକୁ ୨୧.୪୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଛି ।

Leave A Reply

Your email address will not be published.