Latest Odisha News

BREAKING NEWS

ଶୀତରୁ ରକ୍ଷା ପାଇବାକୁ ଆସିଗଲା ନୂଆ ଧରଣର ବେଡସିଟ୍, ଜାଣନ୍ତୁ କ’ଣ ରହିଛି ଖାସ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏବେ ଯେଉଁ ଥଣ୍ଡା ପଡିଛି ଆପଣ ବିଛଣାକୁ ଯାଇ ବେଡରେ ଶୋଇବାକୁ ପ୍ରଥମେ ପ୍ରଥମେ ସଙ୍କୋଚ ଲାଗୁଥିବ । କାରଣ ବେଡସିଟ ବି ଥଣ୍ଡା ହୋଇଯାଇଥିବ । ତେଣୁ ପ୍ରାୟତଃ ଶୀତଦିନେ ଖରାରେ ବିଛଣାକୁ ପକାଇ ଦେଇଥିଲେ ତାହା ଉଷୁମ ଭଳି ସ୍ଥିତିରେ ଥାଏ। ଆଉ ରାତିରେ ଶୋଇବାକୁ ଟିକିଏ ଆରାମ ଲାଗିଥାଏ। ନହେଲେ ଏ ଯେଉଁ ଶୀତ ପଡିଛି ରେଜେଇ କିମ୍ବା କମ୍ବଳ ଘୋଡାଇ ହୋଇ ଶୋଇବାର କିଛି ସମୟ ପରେ ଗରମ ଅନୁଭବ ହେବ ନହେଲେ ଶୋଇବା ସମ୍ଭବ ନୁହେଁ। ଏପରି ସ୍ଥିତିରେ ଏକ ବେଡସିଟ୍ ଆସିଛି ତାହା ବେଡରେ ପଡିଲେ ଗରମ ରହିବ । ଯେକେହି ଯାଇ ତାଉପରେ ଶୋଇପାରିବେ । ଆଉ ଏହା ଆରମ ଦେବ।

ଶୀତ ଦିନରେ ଏଭଳି ବେଡସିଟର ଚାହିଦା ବଢିବାରେ ଲାଗିଛି । ଅନ୍ ଲାଇନ୍ ସପିଂ ସାଇଟ୍ ଆମାଜନ ଡଟ୍ ଇନରେ ଏହି ବେଡସିଟ୍ ଉପଲବ୍ଧ ହେଉଛି । ଏହା ଭାରତରେ ତିଆରି ହୋଇଛି ବୋଲି ସୂଚନା ରହିଛି । ଏହା କିଣିଲେ 5 ବର୍ଷର ଓ୍ୱାରେଣ୍ଟିଂ ଦେଉଛି କମ୍ପାନୀ । କିନ୍ତୁ ଏହା କେବଳ ବେଡସିଟ୍ ଭାବେ ବ୍ୟବହାର ହେବ । ଏହାକୁ ଘୋଡାଇ ହେବ ନାହିଁ କିମ୍ବା ଗରମ ଅନୁଭବ କରିବାକୁ ଝରକା କିମ୍ବା ଦ୍ୱାରମୁହଁରେ ଟଙ୍ଗେଇ ହେବ ନାହିଁ । ମୁଖ୍ୟତଃ ଯେଉଁମାନଙ୍କ ବୟସ ହୋଇଗଲାଣି ଓ ବେକ ପେନ ସମସ୍ୟା ରହିଛି ସେହିମାନେ ଏହି ବେଡଶିଟକୁ ବ୍ୟବହାର କରିପାରିବେ । ଉଭୟ ସିଙ୍ଗେଲ ଓ ଡବଲ ବେଡଶିଟ୍ ଭାବେ ଏହା ଉପଲବ୍ଧ । ଏହାର ଦାମ 800ରୁ 1000 ଟଙ୍କା ମଧ୍ୟରେ ରହିଛି ।

Comments are closed.