Latest Odisha News

BREAKING NEWS

ଚକା ଫାଟି ଯିବାରୁ ହୁତ ହୁତ ଜଳିଗଲା ଯାତ୍ରୀବାହୀ ବସ୍

ଜୟପୁର:ଯାତ୍ରୀଙ୍କୁ ନେଇ ଯାଉଥିଲ ବସ । ଲାଗିଗଲା ନିଆଁ । ହୁତ ହୁତ ହୋଇ ଜଳିବାକୁ ଲାଗିଲା ବସ । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ ।  ଏମିତି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମାଠାରେ ।

ମିଳିଥିବା ଖବର ଅନୁସାରେ, ଆଜି ସକାଳୁ ସକାଳୁ ଗୁପ୍ତା ନାମକ ଏକ ବସ ଯାତ୍ରୀଙ୍କୁ ନେଇ ସିନାପାଲିରୁ ହାଇଦ୍ରାବାଦ ଯାଉଥିଲା । ବସଟି ବୋରିଗୁମ୍ମା ବସଷ୍ଟାଣ୍ଡ ନିକଟରେ ଛିଡ଼ା ହୋଇଥିଲା । ହଠାତ ବସିଟି ଜଳିବାକୁ ଆରମ୍ଭ କରିଥିଲା । ଲୋକେ କେହି କିଛି ବୁଝି ପାରି ନ ଥିଲେ । ପରେ ଜଣାପଡିଥିଲା ଯେ ବସଟିର ଚକା ଫାଟି ଯାଇଥିଲା । ଯାହାଫଳରେ  ବସଟି ଜଳିବାକୁ ଆରମ୍ଭ  କରିଥିଲା ।

ବସ ଜଳିବା ଜାଣି ଯାତ୍ରୀମାନେ ଗାଡିରୁ ଓହ୍ଲାଇ ପଡିଥିଲେ । ଫଳରେ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆ ଯାଇ ପାରିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।   ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ  । ଯାତ୍ରମାନେ ସିନା ସୁରୁଖୁୁରୁରେ ଓହ୍ଲାଇ ପଡିଥିଲେ କିନ୍ତୁ ସେମାନଙ୍କର ସବୁ ଆସବାବପତ୍ର  ଜଳି ଛାରଖାର ହୋଇଯାଇଛି।

Leave A Reply

Your email address will not be published.