କଟକ: ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବ ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। କିନ୍ତୁ ଏହାରି ଭିତରେ ମ୍ୟାଚ ବାତିଲ କରିବାକୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି।
ମାନବାଧିକାର କର୍ମୀ ସଞ୍ଜୟ କୁମାର ନାଏକ ଏହି ମାମଲା ଦାୟର କରିଛନ୍ତି । ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି, ଏତେ ବଡ ମ୍ୟାଚର ଆୟୋଜନ ପୂର୍ବରୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ନିର୍ମାଣଗତ ନିରାପତ୍ତା ପ୍ରମାଣପତ୍ର ହାସଲ କରିବା ନିହାତି ଜରୁରୀ। କିନ୍ତୁ, ଓଡ଼ିଶା କ୍ରିକେଟ୍ ସଂଘ ଓ ଓଡ଼ିଶା ଅଲିମ୍ପିକ ସଂଘ ପାଖରେ ଏହା ନାହିଁ। ତେଣୁ ମ୍ୟାଚ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ସେ ଉଲ୍ଲେଖ କରିଛନ୍ତି। ପୁରୁଣା ଢାଞ୍ଚାରେ ଗ୍ୟାଲେରି ନିର୍ମାଣ ହୋଇଥିବାରୁ ଯେକୌଣସି ସମୟରେ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ନପାରେ। ତେଣୁ ଧନଜୀବନ ପ୍ରତି ବିପଦ ରହିଛି ବୋଲି ଆବେଦନକାରୀ କହିଛନ୍ତି।


Comments are closed.