Latest Odisha News

ମାତ୍ର ୧୭ ମିନିଟରେ ଚାର୍ଜ ହେବ ୪୦୦୦ ଏମଏଏଚ ବ୍ୟାଟେରୀ !

ଭୁବନେଶ୍ୱର: ପ୍ରମୁଖଃ ଚାଇନିଜ ମୋବାଇଲ କମ୍ପାନୀ ସାଓମି ଦାବିକରିଛି ଯେ ମାତ୍ର ୧୭ ମିନିଟରେ ଚାର୍ଜ ହେବ ୪୦୦୦ଏମଏଏଚ ବ୍ୟାଟେରୀ । କମ୍ପାନୀ ଆଣିବ ୧୦୦ ୱାଟ ଫାଷ୍ଟ ଚାରଜିଙ୍ଗ। ବର୍ତ୍ତମାନ ଏହା ବଜାରକୁ ଆସିନି, ଏହା ୨୦୨୦ ମଧ୍ୟ ସୁଦ୍ଧା ଆସିବାର ସମ୍ଭାବନା ଅଛି ବୋଲି ଗଣମାଧ୍ୟମରୁ ସୂଚନା ମିଳୁଛି।

ସାଓମିର ଏହି ଦାବୀରେ ମୋବାଇଲ ଦୁନିଆରେ ଆଲୋଡନ ଖେଳିଗଲାଣି। ଏହାପୂର୍ବରୁ ଫାଷ୍ଟ ଚାରଜିଙ୍ଗ ଟେକନିକ କ୍ଷେତ୍ରରେ ଓପ୍ପୋ, ୱାନପ୍ଲସ ଓ ଭିଭୋ ଗଣାଯାଉଥିଲେ। ଏହିସବୁ କମ୍ପାନୀ ସମସଙ୍ଗ, ସାଓମି ଓ ଆପଲ ପରି ବଡ ବ୍ରାଣ୍ଡ କୁ ଚ୍ୟାଲେଞ୍ଜ କରୁଥିଲେ କିନ୍ତୁ ଚୀନରେ ଆୟୋଜିତ ସାଓମୀ ଡେଭଲପମେଣ୍ଟ କନଫରରେନ୍ସରେ ସାଓମି ସୁପର ଫାଷ୍ଟ ଚାରଜିଙ୍ଗ ଆଣିବାର ନିଜକୁ ଦାବିକରିଛି। କମ୍ପାନୀ ୧୭ ମିନିଟରେ ୧୦୦ ୱାଟ ଫାଷ୍ଟ ଚାରଜିଙ୍ଗ ଚାର୍ଜ ହେବ ୪୦୦୦ଏମଏଏଚ ବ୍ୟାଟେରୀ ବୋଲି ଦାବିକରିଛି।

ବର୍ତ୍ତମାନ ପର‌୍ୟ୍ୟନ୍ତ କମ୍ପାନୀତରଫରୁ ତିଆରିକରାଯାଇଥିବା ସୁପର ଫାଷ୍ଟ ଚାରଜିଙ୍ଗ ଟେକ୍ନୋଲୋଜି ବ୍ୟବହାର ପାଇଁ ଉପଭୋକ୍ତା ୨୦୨୦ ମଧ୍ୟ ସୁଦ୍ଧା ଅପେକ୍ଷା କରିବାକୁ ପଡିପାରେ। ଅନ୍ୟପଟେ ବିବିକେ ଇଲେକ୍ଟ୍ରୋନିକ୍ସର ସମ୍ବଧିତ କମ୍ପାନୀ ଓପୋ(, ଭିଭୋ, ରିଲମି ଓ ୱାନପ୍ଲସ ଫାଷ୍ଟ ଚାରଜିଙ୍ଗ ସହିତ ମୈଦାନକୁ ଓଲ୍ହାଇବେ ।

ଏହିବର୍ଷ ଭିଭୋ ୧୨୦ୱାଟ ସୁପର ଫ୍ଲକ୍ଷସ ଫାଷ୍ଟ ଚାରଜିଙ୍ଗ ସହ ବଜାରକୁ ଓଲ୍ହାଇଥିଲା ଜ୍ଝ ଓପୋ ମଧ୍ୟ ୬୫ୱାଟ ସୁପର ଟେକ୍ନୋଲୋଜି ବଜାରକୁ ଆସିବ। ଏହି ଟେକ୍ନୋଲୋଜି ଓପୋ ଓ ଓପୋ ରେନୋ ଏସ ସ୍ମାର୍ଟଫୋନ ରେ ନଜର ଆସିବେ। କିନ୍ତୁ ଏମାନଙ୍କ ଭିତରୁ ସାଓମିର ୧୭ ମିନିଟରେ ୧୦୦ ୱାଟ ଫାଷ୍ଟ ଚାରଜିଙ୍ଗ ୪୦୦୦ଏମଏଏଚ ବ୍ୟାଟେରୀ ପୂର୍ଣଭାବେ ଚାର୍ଜ କରୁଥିବା ଟେକ୍ନୋଲୋଜି ବେଶ ଚର୍ଚ୍ଚାରେ ଅଛି। ବର୍ତ୍ତମାନ ବଜାରରେ ଚାଲୁଥିବା ସାଓମି ର କୌଣସି ଫୋନରେ ଏହା ଚାଳିବନି କାରଣ ଏଥିପାଇଁ ଅନ୍ୟ ହାର୍ଡୱେର ଦରକାର ବୋଲି କମ୍ପାନୀ କହିଛି।

Comments are closed.