Latest Odisha News

ଦୀପାବଳୀକୁ ଦୃଷ୍ଟିରେ ରଖି ଗୁଣୁପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ରାୟଗଡା: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ । ଏହାକୁ ଦୃଷ୍ଟି ରେ ରଖି ଗୁଣୁପୁର ଉପଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀପାବଳୀ ସମୟରେ କିପରି ସୁରକ୍ଷିତର ସହ ବାଣ ଫୁଟାଇବ ଏବଂ ଏହା ଦ୍ବାରା ଜିଲ୍ଲାରେ ଯେପରି ପ୍ରଦୂଷଣ ମାତ୍ରା ବୃଦ୍ଧି ନପାଇବ ସେନେଇ ବୈଠକରେ ଆଲୋଚନା ହୋଇଛି ।

 

ଏହି ବୈଠକରେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର ସଭାପତିତ୍ତ୍ବ କରିଛନ୍ତି । ଏଥିରେ ଉପଖଣ୍ଡ ର ସମସ୍ତ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ, ଏମ ଅନୁରାଧା, ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ଉପଖଣ୍ଡ ସୂଚନା ଅଧିକାରୀ ଧନୁର୍ଯ୍ୟାୟ ବେହେରା, ଥାନା ଅଧିକାରୀ ଉତ୍ତମ ସାହୁ, ବାଣ ବ୍ୟବସାୟୀଙ୍କ ସହ ବରିଷ୍ଠ ସାମ୍ୱାଦିକ ଏବଂ ସଚିବ, ସାହାରା ପରିବାର ପରାମର୍ଶ କେନ୍ଦ୍ର ର ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

 

ବୈଠକରେ ରାୟଗଡା ଜିଲ୍ଲାର ପ୍ରଦୂଷଣ ବୈଜ୍ଞାନିକ ରାଧେ ଶ୍ୟାମ ଦାସ ବାଣକୁ କିପରି ଫୁଟାଇବ ଏବଂ ନିରାକାରଣ ଉପରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ରାଧାକୃଷ୍ଣ ସେଠୀ ଏବଂ ଅନନ୍ତ ପାତ୍ର ପରିଚାଳନା କରିଥିଲେ ।

Comments are closed.