Latest Odisha News

BREAKING NEWS

ଆଜି ରାଜ୍ୟ କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଓଡ଼ିଶାରେ ଭାରତ ଯୋଡ଼ୋ ଯାତ୍ରା ଆୟୋଜନ ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ଓଡ଼ିଶାରେ  କାର୍ଯ୍ୟକ୍ରମ କେବେ ହେବ ସେ ନେଇ କଂଗ୍ରେସ ନେତାମାନେ ଆଲୋଚନା କରିବେ । ବୈଠକରେ ଯୋଗଦେବାକୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ। ଆଜି କଂଗ୍ରେସ ଭବନରେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ରାଜ୍ୟ ନେତାମାନେ ଆଲୋଚନା କରି ନିଷ୍ପତ୍ତି ନେବେ ।

ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଆମ ନେତା ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରାରେ ବାହାରିଛନ୍ତି । ଆମ ରାଜ୍ୟରେ ଏହି କାର୍ଯ୍ୟକ୍ରମ କରିବା ପାଇଁ ଆଲୋଚନା ହେବ । ଦିଗବିଜୟ ସିଂ, ଜୟରାମ ରମେଶ, ଏ.ଚେଲାକୁମାର ଓ ଜି.ରୁଦ୍ର ରାଜୁ ପ୍ରମୁଖ ବୈଠକରେ ଆଲୋଚନା କରିବେ ।

ଶ୍ରୀ ପଟ୍ଟନାୟକ କହିଛନ୍ତି କଂଗ୍ରେସ ପକ୍ଷରୁ ପଦଯାତ୍ରାରେ ଉଭୟ ବିଜେଡି ଓ ବିଜେପି ସରକାରଙ୍କ ବିଫଳତା ସଂପର୍କରେ ଲୋକଙ୍କୁ ଅବଗତ କରାଯିବ। ବିଜେଡି ସରକାର ରାଜ୍ୟରେ ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି। ରାଜ୍ୟରେ ଯୁବକମାନଙ୍କୁ ଠିକା ନିଯୁକ୍ତି ଦିଆଯାଉଛି। ଏହାକୁ କଂଗ୍ରେସ ପକ୍ଷରୁ ଦୃଢ଼ ବିରୋଧ କରାଯିବା ସହିତ ସ୍ଥାୟୀ ଚାକିରି ପାଇଁ ଦାବି କରାଯିବ । କେନ୍ଦ୍ର ସରକାର ବିରୋଧରେ ମଧ୍ୟ ଲୋକଙ୍କୁ ଅବଗତ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Comments are closed.