Latest Odisha News

BREAKING NEWS

ଦେଖନ୍ତୁ ଭିଡ଼ିଓ; କେନ୍ଦ୍ରପଡ଼ାରୁ ଉଦ୍ଧାର ହେଲା ବିରଳ ଧଳା ସାପ

କେନ୍ଦ୍ରାପଡା: ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମରୁ ଉଦ୍ଧାର ହୋଇଛି ଏକ ବିରଳ ଧଳା ରଙ୍ଗର ସାପ । ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ୧ ଫୁଟ ଲମ୍ବର ଏହି ସାପ ଟିକୁ ଗତକାଲି ବାଲିସୁଆଁ ଗାଁ ର ଯୁବକ ତପନ ଜେନା ଦେଖିଥିଲେ ।

ଏକ ବାଡ଼ି ସାହାଯ୍ୟ ରେ ଏହାକୁ ଏକ ପ୍ଲାଷ୍ଟିକ ଡବା ଭିତରେ ପୁରେଇ ଦେଇଥିଲେ । ସାପର କିଛି ଫୋଟୋକୁ ତପନ ସ୍ନେକ ହେଲ୍ପ ଲାଇନ ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଙ୍କୁ ପଠେଇ ସାପ ଟିକୁ ଚିହ୍ନିବା ପାଇଁ କହିଥିଲେ । ଶୁଭେନ୍ଦୁ ଧଳା ଦେହ ଏବଂ କଳା ଆଖି ସହିତ ଏହି ସାପ ଟିକି ଲିଉସିଷ୍ଟିକ ଚିତି ବା “Leucistic common krait” ବୋଲି ଚିହ୍ନଟ କରିଥିଲେ । ଶୁଭେନ୍ଦୁ ଙ୍କ ଠାରୁ ନିର୍ଦେଶ ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ନଳିନୀ ପ୍ରସାଦ ଦାସ ରାଜକନିକା ଗ୍ରାମରେ ପହଞ୍ଚି ସେହି ସାପ ଟିକୁ ଉଦ୍ଧାର କରିଥିଲେ ।

ସାପଟିକୁ ଗାଁ ଠାରୁ ପ୍ରାୟ ୧୦ କିମି ଦୂରରେ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଗତ ମାସ ଜୁଲାଇ ୭ ତାରିଖରେ ସେଇ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ଅଞ୍ଚଳରୁ ଆଉ ଏକ ଚିତି ସାପ ଉଦ୍ଧାର କରାଯାଇଥିଲା ।

 

Leave A Reply

Your email address will not be published.