ଝାରସୁଗୁଡା: ଜଙ୍ଗଲରେ ଉଲଗ୍ନ ହୋଇ ବୁଲିଥିବା ଟାରଜନ କଥା ଆମେ ସମସ୍ତେ ଜାଣିଛନ୍ତି । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଆଜିବି ଏଭଳି ଟାରଜନ ଅଛନ୍ତି ଆଉ ଠିକ କାହାଣୀ ଭଳି ଉଲଗ୍ନ ହୋଇ ଜଙ୍ଗଲରର ଘୁରି ବୁଲୁଛନ୍ତି । ତେବେ କଣ ଆପଣ ବିଶ୍ୱାସ କରିବେ ?
ଓଡ଼ିଶାର ଝାରସୁଗୁଡା ଜଙ୍ଗଲରେ ଦେଖୁବାକୁ ମିଳିଛି ଏହିଭଳି ଏକ ଟାରଜନକୁ । ଯେ କି ବିନା କୌଣସି ପୋଷାକରେ ଜଙ୍ଗଲରେ କାହିଁ କେତେ ବର୍ଷ ହେଲାଣି ଘୁରି ବୁଲୁଛି ।
ଜଙ୍ଗଲରେ ଘୁରି ବୁଲୁଥିବା ଏହି ଟାରଜନଙ୍କ ନାମ ହେଉଛି ଗୋପାଳ ନାୟକ । ପିଲାଟି ଦିନରୁ ଏପରି ଉଲଗ୍ନ ହୋଇ ଜଙ୍ଗଲରେ ଘୁରି ବୁଲୁଥିବା ତାଙ୍କ ମା ଦାବି କରିଛନ୍ତି।
ଜଙ୍ଗଲ ଜାତ ଦ୍ରବ୍ୟ ହିଁ ତାଙ୍କ ଖାଦ୍ୟ । ଋତୁ କାଳୀନ ଫଳ ମୂଳ ଏପରିକି ଗଛ ପତ୍ର ମଧ୍ୟ ସେ ଖାଆନ୍ତି ।
ଗଛ, ବୁଦା ଏବଂ ପଶୁମାନଙ୍କ ମଧ୍ୟରେ କଟେ ଗୋପାଳଙ୍କ ଯୁବନ । ବେଳେବେଳେ, ସେ ଘରକୁ ଆସି ଘରେ ରନ୍ଧା ଖାଦ୍ୟ ମଧ୍ୟ ଖାଇଥାନ୍ତି ।
ସବୁଠୁ ବଡ଼ କଥା ହେଉଛି ହେଉଛି ଗୋପାଳ ଉଭୟ ଦୁନିଆରେ ଖୁବ ଭଲଭାବେ ବସବାସ କରିପାରନ୍ତି | ଗାଁର ଲୋକମାନେ ତାଙ୍କୁ ଭୟ କରନ୍ତି ନାହିଁ ଏବଂ ଜଙ୍ଗଲରେ ପଶୁମାନେ ତାଙ୍କୁ କୌଣସି କ୍ଷତି କରନ୍ତି ନାହିଁ ।
Comments are closed.