Latest Odisha News

ଲାଞ୍ଚ ନେବା ବେଳେ ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲଙ୍କୁ ଧରିଲା ଭିଜିଲାନ୍ସ

ଭବାନୀପାଟଣା: ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲ । ପୁରୁଣା ମାମଲା ରଫାଦଫା ପାଇଁ ଲାଞ୍ଚ ନେଉଥିଲେ । ଭବାନୀପାଟଣା ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲ ଆଶୁତୋଷ ମିଶ୍ରଙ୍କୁ ଧରିଛି କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ।

ଅଭିଯୋଗ ଅନୁସାରେ, ମହୁଲପାଟଣା ଫାଣ୍ଡିର ପୂର୍ବତନ ଏଏସଆଇ ମଳୟ ରଣାଙ୍କ ଭିଜିଲାନ୍ସ କେସ୍ ରଫାଦଫା ପାଇଁ ଏହି ଡିଲ୍ ହୋଇଥିଲା । ଆଶୁତୋଷ ମିଶ୍ର ୩ ଲକ୍ଷ ଟଙ୍କା ଦାବି କରିଥିଲେ । ଆଜି ତାଙ୍କ ଟିଭି ସେଣ୍ଟର ପଡ଼ା ବାସଭବନରେ ଲକ୍ଷେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ଅଧିକ ଖୋଳତାଡ ଜାରି ରହିଛି ।

Comments are closed.