Latest Odisha News

ବିଦ୍ୟୁତ ତାର ସଂସ୍ପର୍ଶ ଆସି ଚାଲିଗଲା ଛାତ୍ରଙ୍କ ଜୀବନ

ସୁବର୍ଣ୍ଣପୁର: ବିଦ୍ୟୁତ ଆଘାତରେ ଜଣେ ଯୁକ୍ତଦୁଈ ଛାତ୍ର ମୃତ l ମୃତକ ଛାତ୍ର ହେଲେ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ବାଙ୍କବିଜା ଗାଁର ଧର୍ମରାଜ ବାଗ l ୧୧ କେଭି ତାର ସଂସ୍ପର୍ଶ ରେ ଆସି ମୃତ୍ୟୁ l

ସୁଚନା ଅନୁସାରେ, ଆଜି ସକାଳୁ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ଧର୍ମରାଜ ନିଜ ଘରେ ଥିବା ଛେଳି କୁ ଖାଇବାକୁ ଦେବା ପାଇଁ ଗଛ ଡାଳ ଭାଙ୍ଗିବାକୁ ଯାଇଥିଲେ l ସେହି ସମୟରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ ଧର୍ମରାଜ l ଗୁରୁତର ଅବସ୍ଥାରେ ତାଙ୍କୁ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ ପରିବାର ଲୋକେ l ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ଅଧିକ ତଦନ୍ତ ଜାରିରଖିଛି l

Comments are closed.