ନୂଆଦିଲ୍ଲୀ: ୟୁରୋପୀୟ କମିଶନର ଅଧ୍ୟକ୍ଷା ଉର୍ସୁଲା ୱାନ ଡେର୍ ଲେଏନ୍ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟାଙ୍କ ସହିତ ୭୭ତମ ଗଣତନ୍ତ୍ର ଦିବସ ପାଳନ ପାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ସେ କହିଛନ୍ତି ଯେ ବିଶ୍ୱ ସ୍ଥିରତା, ସମୃଦ୍ଧି ଏବଂ ସୁରକ୍ଷାରେ ଭାରତ ସଫଳତା ଉପରେ ହିଁ ନିର୍ଭର କରେ। ତେବେ ମଙ୍ଗଳବାର ହେବାକୁ ଥିବା ଭାରତ ଏବଂ ୟୁରୋପୀୟ ୟୁନିଅନ୍ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ଘୋଷଣା ହେବା ପୂର୍ବରୁ ସେ ଏପରି ମନ୍ତବ୍ୟ ଦେଇଛନ୍ତି। ସେ ଏହି ବାଣିଜ୍ୟ ଚୁକ୍ତିକୁ “ମଦର ଅଫ ଅଲ ଡିଲ” ବୋଲି ମଧ୍ୟ କହିଛନ୍ତି।
ସେ ଆଜି ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଭାରତକୁ ବହୁ ପ୍ରଶଂସା କରିଛନ୍ତି। ଯାହାଦ୍ଵାରା ବିଶ୍ୱ ରାଜନୀତରେ ହେଉଥିବା ପରିବର୍ତ୍ତନ ଏବଂ ଏଥିରେ ଭାରତର ସ୍ଥାନ ଓ ଗରିମାର ଏକ ଶକ୍ତିଶାଳୀ ଝଲକ ପ୍ରଦାନ କରିଥିଲା।ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବା ଅତ୍ୟନ୍ତ ସମ୍ମାନପ୍ରଦ ବୋଲି ସେ ଲେଖିଥିଲେ। ଏଥିସହିତ ସେ ରାଷ୍ଟ୍ରପତି ଭବନରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ କର୍ତ୍ତବ୍ୟ ପଥ ପରେଡର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।
ତେବେ ସେ ୨୭ଟି ପ୍ରମୁଖ ୟୁରୋପୀୟ ଦେଶଗୁଡ଼ିକର ନେତୃତ୍ୱ ନେଉଛନ୍ତି। ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି, ଯାହାକି ଦଶନ୍ଧି ଧରି ପଡ଼ି ରହିଛି। ଗତ ପାଞ୍ଚ ବର୍ଷର ପରିଶ୍ରମ ପରେ ଏହା ସଫଳ ହେବାକୁ ଯାଉଛି ବୋଲି ସେ ଲେଖିଛନ୍ତି। ତେବେ ଏହି ପୋଷ୍ଟ ପରେ ଆମେରିକାରୁ ଆରମ୍ଭ କରି ଚୀନ ପର୍ଯ୍ୟନ୍ତ ଏହା ସମସ୍ତଙ୍କୁ ଦ୍ଵନ୍ଦରେ ପକାଇପାରେ ବୋଲି କୁହାଯାଉଛି। ଏଥିସହିତ ଲେଏନ୍ କହିଛନ୍ତି ଯେ “ଭାରତର ସଫଳତା ହାସଲ କଲେ ଆମେ ସମସ୍ତେ ମଧ୍ୟ ଲାଭବାନ ହୋଇପାରିବା।
Comments are closed.