Latest Odisha News

BREAKING NEWS

ଏମିତି ଏକ ସର୍ବସାଧାରଣ ଟଏଲେଟ: ଯେଉଁଠି ଲୋକେ ବନାଉଛନ୍ତି ଭିଡ଼ିଓ

ଥାଇଲାଣ୍ଡ: ଦୁନିଆରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଦେଖିଲେ ବି ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । କେତେକ ସେମାନଙ୍କର ଡିଜାଇନ ଏବଂ ଚିତ୍ରକଳା ହେତୁ ସ୍ୱତନ୍ତ୍ର ହୋଇଥାଏ । କିନ୍ତୁ ଏବେ ଥାଇଲାଣ୍ଡର ଏପରି ଏକ ସର୍ବସାଧାରଣ ଟଏଲେଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ବିଶ୍ୱାସ କରିବେ ନାହିଁ । ଏହି ଟଏଲେଟ୍ ରାଜପ୍ରାସାଦ ପରି ଡିଜାଇନ ହୋଇଛି । କେବଳ ସେତିକି ନୁହେଁ, ଏଠାରେ ଭିଡ଼ିଓ ବନାଇବା ଓ ସେଲଫି ନେବାକୁ ଭିଡ଼ ଜମାଉଛନ୍ତି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଥିବା ଏହି ଟଏଲେଟ୍‌ଟି ରାଜ ଉଆସ ପରି ଡିଜାଇନ ହୋଇଛି । କେବଳ ଏତିକି ନୁହେଁ, ଏହି ଟଏଲେଟ୍ ବାହାରେ ଏକ ବଗିଚା ମଧ୍ୟ ଅଛି, ଯାହା ଦେଖିବାକୁ ବହୁତ ବଡ଼ । ଲୋକମାନେ ଏହାକୁ ରାଜ ୱାଶରୁମ୍ ବୋଲି କହୁଛନ୍ତି । ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତିି । ଜଣେ ଲେଖିଛନ୍ତି, ଯିଏ ଯାହା କୁହନ୍ତୁ ନା କାହିଁକି ମୁଁ ସେଠାରେ ଶୋଇବାକୁ ଯାଉଛି । ଏହା ଏକ ସୁନ୍ଦର ପ୍ରାସାଦ ଏବଂ ଚମତ୍କାର । ଆଉ ଜଣେ ମନ୍ତବ୍ୟ ଦେଇଛନ୍ତି, ୱାଓ ବହୁତ ସୁନ୍ଦର । ଚମତ୍କାର । ଏହାର ଡିଜାଇନ ଏତେ ବଡ଼, ମୁଁ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି ।

ଏହାପୂର୍ବରୁ ଚାଇନାର ଏକ ଫ୍ୟାନ୍ସି ମଲ୍ ଡେଜି ପ୍ଲାଜାର ଟଏଲେଟ୍‌ର ଫଟୋ ଭାଇରାଲ ହୋଇଥିଲା । ସେ ମଧ୍ୟ ଏକ ପ୍ରାସାଦ ପରି ଦେଖାଯାଉଥିଲା । ଏହାର ଭିତର ଏତେ ଚମତ୍କାର ଥିଲା ଯେ, ଭିତରକୁ ଯିବା ପରେ ବାହାରକୁ ଆସିବାକୁ ଭୁଲିଯିବେ । ଏହା ଦୁନିଆର ସବୁଠାରୁ ସୁନ୍ଦର ବାଥ୍‌ରୁମ୍‌କୁ ସାଂଘାଇର ପ୍ରସିଦ୍ଧ ସ୍ଥପତି ଫାର୍ମ ଏକ୍ସ + ଲିଭିଙ୍ଗ ଡିଜାଇନ କରିଛି । ବାଥରୁମ୍‌?ରେ ଏକ ଲମ୍ବା କରିଡର ଅଛି । ଯେଉଁଥିରେ କାନ୍ଥରେ ଗଛସବୁ ଲଗାଯାଇଛି । ଏହା ଏକ ଉଦ୍ୟାନ ପରି ଦେଖାଯାଉଛି ।

Leave A Reply

Your email address will not be published.