Latest Odisha News

BREAKING NEWS

ଏମିତି ଗାଁ ସମସ୍ତଙ୍କ ଘରେ ରହିଛି ବିମାନ

କାଲିଫର୍ଣ୍ଣିଆ:  ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଖରେ ନିଜର ଗାଡି ଅଛି । ଆଜିକାଲି ପ୍ରତ୍ୟେକ ଘରେ ଏକ ବାଇକ୍ କିମ୍ବା କାର୍ ମିଳୁଛି । ଏମିତି ବି କିଛି ଲୋକ ଥିବେ ଯେଉଁମାନଙ୍କର ଚାର୍ଟାର୍ଡ ​​ବିମାନ ମଧ୍ୟ ଅଛି । କିନ୍ତୁ ଏହି ଦୁନିଆରେ ଏମିତି ଏକ ଗାଁ ଅଛି, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜସ୍ୱ ବିମାନ ରହିଛି । ଏଇ ଗାଁର ଲୋକମାନେ ଯୁଆଡେ ଯାଆନ୍ତି ବିମାନ ବ୍ୟବହାର କରିଥାନ୍ତି ।  ଅଫିସ୍ ହେଉ ବା  ନିତିଦିନିଆ କାମ ପାଇଁ   ବଜାର ହେଉ ବିମାନ ନ ହେଲେ ବାହାରନ୍ତି ନାହିଁ ।

BjdElectrycity

ଆମେରିକାର କାଲିଫର୍ନିଆରେ ରହିଛି ଏହି ସୌଖିନ ଗାଁ । ଗାଁର ରାସ୍ତା ଖୁବ୍ ଚଉଡା । ଜାଣିଲେ ବିଶ୍ୱାସ ହେବ ନାହିଁ ଯେ ଏଠାରେ ଥିବା ରାସ୍ତା ବିମାନବନ୍ଦରର ରନୱେ ଅପେକ୍ଷ ଅଧିକ ଚଉଡା । କାଲିଫର୍ନିଆର ଏହି ଗାଁ କ୍ୟାମେରନ୍ ଏୟାର ପାର୍କ ଭାବରେ ଜଣାଶୁଣା । ଏହି ଗାଁରେ ପଶିଲେ ଦେଖିପାରିବେ ପ୍ରତ୍ୟେକ ଘର ସାମ୍ନାରେ ଥୁଆ ହୋଇଛି ବିମାନ ।

 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଗାଁର ଅଧିକାଂଶ ଲୋକ ହେଉଛନ୍ତି ପାଇଲଟ୍ । ଯେଉଁ କାରଣରୁ ପ୍ରତ୍ୟେକ ଘରେ ବିମାନ ରହିବା ସାଧାରଣ କଥା ହୋଇଯାଇଛି ।  ପ୍ରତ୍ୟକ ଲୋକଙ୍କ ଘର ସାମ୍ନାରେ ହ୍ୟାଙ୍ଗର୍ ତିଆରି କରାଯାଇଛି  ଯେଉଁଠାରେ ବିମାନକୁ ରଖାଯାଏ । ଗାଁରେ ଡାକ୍ତର, ଓକିଲ ଏବଂ ଅନ୍ୟ ଲୋକମାନେ ମଧ୍ୟ ରୁହନ୍ତି । ସେମାନେ ସମସ୍ତେ ବିମାନ ରଖିବାକୁ ବେଶ୍ ପସନ୍ଦ କରନ୍ତି । ବିମାନ ହେଉଛି ଏହି ଗାଁ ଲୋକଙ୍କ ପ୍ରଥମ ପସନ୍ଦ ।

ବିମାନର ଡେଣାକୁ ସୁରକ୍ଷିତ ରଖିବା ପାଇଁ ରାସ୍ତା ଉପରେ ଥିବା ସୂଚନା ଫଳକ ଏବଂ ଲେଟର ବକ୍ସକୁ ଯଥେଷ୍ଟ କମ ଉଚ୍ଚତାରେ ରଖାଯାଇଛି । ସେତିକି ନୁହେଁ, ଏହି ଗାଁର ରାସ୍ତାକୁ ମଧ୍ୟ ବିମାନ ନାମରେ ନାମିତ କରାଯାଇଛି  । ଏହି ଗାଁ ରାସ୍ତାର ନାଁ ରଖାଯାଇଛି ବୋଇଂ ରୋଡ ।

Leave A Reply

Your email address will not be published.