Latest Odisha News

BREAKING NEWS

ଗୋଟିଏ ଗଛରେ ୪୦ ପ୍ରକାରର ଫଳ

ଭୁବନେଶ୍ୱର: ଘଟଣା ବିଶ୍ୱସ ନହେଲେ ବି ସମ୍ପୁର୍ଣ୍ଣ ସତ । ବହୁତ କିଛି ଘଟଣା ଆମ ସାମନାରେ ଘଟୁଛି । କିଛି ବିସ୍ମୟ ଜନକ ରହସ୍ୟମୟ ହୋଇଥିବା ବେଳେ ତାର ସତ୍ୟତା କିନ୍ତୁ ଆମକୁ ଜଣା ନାହିଁ । ସେମିତି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବା । 

ଗୋଟିଏ ଫଳ ଗଛ ଯେଉଁଥିରେ ଫଳୁଛି ୪୦ ପ୍ରକାରର ଫଳ । କୃଷି କ୍ଷେତ୍ରରେ ନୂଆ କୌଶଳ କାରଣରୁ ଏହା ‘ଟ୍ରି ଅଫ୍ ୪୦’ ଭାବେ ସମ୍ଭବ ହୋଇଛି। ‘ଟ୍ରି ଅଫ ୪୦’ ନାମକ ଏହି ଗଛ ଚର୍ଚ୍ଚାର ବିଷୟ ପାଲଟିଛି । ଆମେରିକାର ସେରାକ୍ୟୁଜ ବିଶ୍ୱବିଦ୍ୟାଳୟର ଭିଜୁଆଲ ଆର୍ଟ୍ସର ପ୍ରଫେସର ଗ୍ରାଫ୍ଟିଙ୍ଗ ନାମକ କୌଶଳର ସାହାରା ନେଇ ‘ଟ୍ରି ଅଫ୍ ୪୦’ କୁ ସମ୍ଭବ କରିଛନ୍ତି । ଏହି ଗଛ ଫଳ  ହେବାକୁ ପ୍ରାୟ ୯ ବର୍ଷ ସମୟ ଲାଗିଛି।

ଗ୍ରାଫ୍ଟିଙ୍ଗ ଟେକନିକରେ ବୃକ୍ଷ ରୋପଣର ଏକ ବିଚ୍ଛିନ୍ନ ପ୍ରକ୍ରିୟା ପ୍ରୟୋଗ କରାଯାଇଥାଏ । ଗଛର ଗୋଟିଏ ଶାଖାକୁ କଲି ସମେତ ଅଲଗା କରାଯାଇଥାଏ ଓ ଶୀତ ଋତୁରେ ଏହାକୁ ମୁଖ୍ୟ ଗଛରେ ଛିଦ୍ର କରି ରୋପଣ କରାଯାଇଥାଏ । ୨୦୦୮ ମସିହାରେ ‘ଟ୍ରି ଅଫ୍ ୪୦’ କାମ ଆରମ୍ଭ କରାଯାଇଛି ।

ଏହି ଗଛରେ ବାଦାମ, ଏପ୍ରିକଟ୍, ଚେରି, ପିଚ୍ ଭଳି ୪୦ ଫଳ ଏକାସାଙ୍ଗେ ରୋପଣ ହୋଇଥାଏ । ଏହାର ଦାମ ପ୍ରାୟ ୧୯ ଲକ୍ଷ ଟଙ୍କା । ଗୋଟିଏ ଗଛରେ ରଙ୍ଗ ବେରଂଗ ବିଭିନ୍ନ ଫଳ ଫଳୁଥିବାରୁ ଗଛଟି ବହୁତ ସୁନ୍ଦର ଦେଖାଯାଉଛି। ଗଛଟି ଆଜି ‘ଟ୍ରି ଅଫ୍ ୪୦’ ଭାବେ ବେଶ ଜଣାଶୁଣା।

Leave A Reply

Your email address will not be published.