Latest Odisha News

ଜର୍ମାନ ଚାନ୍‌ସେଲରଙ୍କ ମନ କିଣିଲା ରାସ୍ତାକଡ଼ର କୁଲ୍ଲଡ ଚା’

ବେଙ୍ଗାଲୁରୁ : ଦୁଇଦିନିଆ ଭାରତ ଗସ୍ତରେ ଅଛନ୍ତି ଜର୍ମାନ ଚାନ୍‌ସେଲର ଓଲାଫ ସ୍କୋଲଜ । ରବିବାର ଦିଲ୍ଲୀ ଚାଣକ୍ୟ ପୁରୀର ଏକ ଦୋକାନରୁ ଚା’ ପିଇଥିଲେ  । ଯାହା ତାଙ୍କ ମନ କିଣି ନେଇଛି  । ସେ କହିଛନ୍ତି ଚା’ ବିନା ଭାରତକୁ କିପରି ଅନୁଭବ କରିହେବ । ଭାରତର ପ୍ରକୃତ ସ୍ୱାଦ ହେଉଛି ଏହି ଚା’ ।

ଜର୍ମାନ ଚାନ୍‌ସେଲର ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିଲେ  । ଜର୍ମାନ ଚାନ୍‌ସେଲର ଓଲାଫ ସ୍କୋଲଜ ରବିବାର ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ କ୍ରିକେଟ ଷ୍ଟାଡିୟମରେ ପହଞ୍ଚିଛନ୍ତି। ସ୍କୋଲଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ପୁରୁଷ ଏବଂ ମହିଳା ଖେଳାଳିଙ୍କ ସହ ପ୍ରାୟ ୧୫ ମିନିଟ କଥା ହୋଇଥିଲେ। ଚାନସେଲର କହିଛନ୍ତି ଯେ, କ୍ରୀଡାରେ କ୍ରିକେଟ ହେଉଛି ଭାରତର ଏକ ନମ୍ବର ଉତ୍ସାହ । କ୍ରିକେଟ ଜର୍ମାନୀରେ ସେତେ ଲୋକପ୍ରିୟ ନୁହେଁ । ତେବେ, ୨୦୦ରୁ ଅଧିକ ଭାରତୀୟ ଜର୍ମାନୀରେ ଏହି ଖେଳକୁ ଲୋକପ୍ରିୟ କରୁଛନ୍ତି।

ଜର୍ମାନ ଚାନସେଲର କର୍ଣ୍ଣାଟକ ଯିବା ପୂର୍ବରୁ ସକାଳେ ଦିଲ୍ଲୀରେ କୁଲ୍ଲଡ ଚା’ ପିଇଥିଲେ । ଜର୍ମାନର ଦୂତାବାସ ଏକ ଟ୍ୱିଟ୍‌ କରିଛନ୍ତି  । ଯେଉଁଥିରେ କ୍ୟାପସନ୍‌ରେ ଲେଖା ଅଛି ଯେ, ସୁସ୍ବାଦୁ ଚା ’ବିନା ଆପଣ ଭାରତକୁ କିପରି ଅନୁଭବ କରିପାରିବେ ? ଆମେ ଚାଣକ୍ୟପୁରୀର ଏକ ଦୋକାନରେ ଓଲାଫ ସ୍କୋଲଜଙ୍କୁ ଆମର ପ୍ରିୟ ଚା’ ଷ୍ଟଲକୁ ନେଇଗଲୁ। ସେଠାକୁ ତୁମେ ସମସ୍ତେ ଯିବା ଉଚିତ୍‌ । ଭାରତର ପ୍ରକୃତ ସ୍ବାଦ ହେଉଛି ଏହି ଚା’

ସୂଚନାଯୋଗ୍ୟ, ଶକ୍ତି, ବାଣିଜ୍ୟ, ନୂତନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିଲ୍ଲୀରେ ଜର୍ମାନ ଚାନ୍ସସେଲରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।

 

Leave A Reply

Your email address will not be published.