କୀଭ: ଭଗବାନ ଯାହାକୁ ବଂଚାଇବେ ତାକୁ କିଏ ବା ମାରିପାରିବ । ରୁଷ-ୟୁକ୍ରେନ ଯୁଦ୍ଧରେ ଏ ଭଳି ଏକ ଘଟଣା ଘଟିଛି । ରୁଷ ସେନା ପକ୍ଷରୁ ଜନଗହଳି ପୂର୍ଣ୍ଣ ମାରିୟପୋଲ ଅଂଚଳରେ ଗୁଳିମାଡ କରାଯାଇଥିଲା । ଏଥିରେ ଜଣେ ୧୬ ବର୍ଷୀୟ ଯୁବକଙ୍କ ଛାତିରେ ଗୁଳି ବାଜିଥିଲା । ଭଗବାନଙ୍କ କୃପାରୁ ତାଙ୍କ ପକେଟରେ ଥିବା ପାସପୋର୍ଟରେ ଏହି ଗୁଳି ଫସି ରହି ଯାଇଥିଲା । ଯୁବକଜଣଙ୍କ ଆହତ ହୋଇଥିଲେ ମଧ୍ୟ ତାଙ୍କ ଜୀବନ ବଂଚି ଯାଇଥିଲା । ଏବେ ସେ ଚିକତ୍ସ୍ରଧିନ ଅଛନ୍ତି ।
ୟୁକ୍ରେନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ଖବର ଏବଂ ଫଟୋ ଟୁଇଟ କରାଯାଇଛି । ଯାହା ଏବେ ସୋସିଆଲ ସାଇଟରେ ଚର୍ଚ୍ଚାର କାରଣ ସାଜିଛି । ପରୋକ୍ଷରେ ରୁଷ କିପରି ସାଧାରଣ ନାଗରିକଙ୍କ ଉପରେ ଆକମ୍ରଣ କରୁଛି ତାହା ମଧ୍ୟ ପ୍ରମାଣିତ ହୋଇଛି ।
Comments are closed.