Latest Odisha News

ନିଆରା ବାହାଘର: ସମ୍ବିଧାନକୁ ସାକ୍ଷୀ ରଖି ପଡିଲା ହାତଗଣ୍ଠି

ଭୁବନେଶ୍ୱର: କାହିଁ କେତେ ଯୁଗରୁ ଅଗ୍ନୀକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ବନ୍ଧନରେ ବାନ୍ଧି ହୁଅନ୍ତି ପତିପତ୍ନୀ। ଦଶ ଦିଗପାଳ, ବେଦ ମନ୍ତ୍ର ପଠାରେ ବନ୍ଧା ହୁଏ ଦୁଇଟି ଜୀବନ ।

ବାଜା ବାଣ ରୋଷଣୀ କରି ସାଙ୍ଗସାଥିଙ୍କ ମେଳରେ ବର ଆସେ କନିଆ ନେବା ପାଇଁ । ଜାତି ଜାତକ କର୍ମକାଣ୍ଡ ସହ କନ୍ୟାପିତା ଜାକଜକମର ଭୋଜି ଭାତ ଦେଇ ନିଜ ଝିଅକୁ ବାହାଘର କରାନ୍ତି । ଏସବୁ ତ ସାଧାରଣ କଥା । ସବୁ ବାହାଘର ମାନଙ୍କରରେ ଏହିସବୁ ହୋଇଥାଏ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ବାହାଘର ସମ୍ପର୍କରେ କହିବାକୁ ଯାଉଛୁ ଯାହା ଏସବୁଠୁଁ ସମ୍ପୂର୍ଣ୍ଣ ନିଆରା।

ନଥିଲା ବାଣ ରୋଷଣୀ, ନା ବେଦମନ୍ତ୍ର ଆଉ ନା ଅଗ୍ନୀ ଶିକ୍ଷା । ଭାରତୀୟ ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହେଲେ ଯୁବକ ଯୁବତୀ ।

ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ ।

ଏମିତି ଏକ ନିଆରା ବାହାଘର ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ । ବର ଅରିଜିତ ଏବଂ କନ୍ୟା ଶିବାଲିକା । ପ୍ରଥମ ଦେଖାରେ ଦୁହିଁଙ୍କ ମଧ୍ୟରେ ହୋଇଯାଇଥିଲା ପ୍ରେମ । ଆଉ ଏହି ପ୍ରେମକୁ ବିବାହର ରୂପ ଦେବାକୁ ଉଭୟଙ୍କୁ କରିବାକୁ ପଡିଥିଲା କଠିନ ପରିଶ୍ରମ।

ପୁଅ ଘରର ଜାତି ଉଚ୍ଚ ଥିବା କାରଣରୁ ଶିବାଲିକାଙ୍କ ପରିବାର ଲୋକେ ବାହାଘର ପାଇଁ ସହମତି ଜଣାଇ ନଥିଲେ । ତେବେ ଅରିଜିତଙ୍କ ବାପା କନ୍ୟା ଘର ସହ କଥା ହୋଇ ଏହି ଭେଦଭାବକୁ ତାଙ୍କ ମନରୁ ଦୁରେଇବାକୁ ସକ୍ଷମ ହେବା ପରେ ଏହି ବାହାଘର ସମ୍ଭବ ହୋଇ ପରିଥିବା କହିଛନ୍ତି ଅରିଜିତ ।

ଏହି ନିଆରା ବାହାଘରରେ ଅଗ୍ନି ବଦଳରେ ସାକ୍ଷୀ ରହିଲା ସମ୍ବିଧାନ । ସମ୍ବିଧାନ ଉପରେ ଉଭୟ ବରବଧୂ ହାତ ରଖି ଜନ୍ମ ଜନ୍ମର ସାଥୀ ହେବା ପାଇଁ ଶପଥ ନେଇଛନ୍ତି ।

Leave A Reply

Your email address will not be published.