Latest Odisha News

BREAKING NEWS

ଖ୍ରୀଷ୍ଟମାସ ଉପଲକ୍ଷେ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ନିର୍ମାଣ ହୋଇଛି ସଚେତନତା ଭିତ୍ତିକ ବାଲୁକା କଳାଭିତ୍ତିକ

ପୁରୀ: ଖ୍ରୀଷ୍ଟମାସ ଉପଲକ୍ଷେ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କ ରେ ନିର୍ମାଣ କରାଯାଇଛି ବିଭିନ୍ନ ସଚେତନତା  ଭିତ୍ତିକ ବାଲୁକା କଳା । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ନିର୍ମାଣ କରିଛନ୍ତି ବାଲୁକା ସାଣ୍ଟାକ୍ଲଜ । ସେ ଏହି ବାଲୁକା କଳା ରେ ‘ସେଭ ଟ୍ରି’ ର ବାର୍ତ୍ତା ପ୍ରଚାର ପ୍ରସାର କରିଛନ୍ତି । ବୃକ୍ଷ ରୋପଣ କରନ୍ତୁ ପରିବେଶ କୁ ବଞ୍ଚାନ୍ତୁ ଏପରି ବର୍ତ୍ତା ନେଇ ସମସ୍ତ ରାଜ୍ୟବାସୀ ଙ୍କୁ ତାଙ୍କ ବାଲୁକା କଳା ମାଧ୍ୟ୍ୟମରେ ଅନୁରୋଧ କରିଛନ୍ତି ମାନସ ସାହୁ ।

ବିଶ୍ୱ କୁ ଖ୍ରୀଷ୍ଟମାସ ର ଶୁଭେଚ୍ଛା ଜଣାଇ ମେରି ଖ୍ରୀଷ୍ଟମାସ ର ଏକ ବିଶାଳ ବାଲୁକା କଳା ନିର୍ମାଣ କରିଛନ୍ତି ପୁରୀ ଲାଇଟ ହାଉସ ନିକଟସ୍ଥ ସ୍ୱର୍ଣ୍ଣାଭ ବେଳାଭୂମି ରେ । ମାନସ ଙ୍କ ଏହି ସଚେତନତା ଭିର୍ତ୍ତିକ ବାଲୁକାକଳା ଗୁଡିକୁ ଦେଖି ଦେଶ ବିଦେଶ ରୁ ଆସିଥିବା ପର୍ଯ୍ୟଟକ ମାନେ ଭୂରୀ ଭୂରୀ ପ୍ରଶଂସା କରିଛନ୍ତି । ଏହି ବାଲୁକା କଳା ପାର୍କ ରେ ସମସ୍ତେ ନିଃଶୁଳକ ବାଲୁକା କଳା କୁ ଦେଖିପାରିବେ ।

Comments are closed.