Latest Odisha News

BREAKING NEWS

ଏମିତି ଏକ ଗାଁ : ମାନସିକ ପୂରଣ ପାଇଁ ଯେଉଁଠି ଲୋକେ କରନ୍ତି ଭୂତକୁ ପୂଜା

କୋଲକତା: ଦୁନିଆରେ ଏନେକ ପୂଜା ପର୍ବ ରହିଛି । ଯାହାକୁ ଲୋକେ ରୀତିନୀତି ଅନୁସାରେ ପାଳନ କରିଥାନ୍ତି । ଏଥିସହ ନିଜର ଇଛା ପୂରଣ ପାଇଁ ମାନସିକ ରଖି ବିଭିନ୍ନ ପୂଜା ମଧ୍ୟ କରନ୍ତି । ସେହପରି ପଶ୍ଚିମବଙ୍ଗରେ ଏକ ନିଆରା ପୂଜା କରାଯାଏ, ଯାହାର ନାଁ ହେଉଛି ଭୂତ୍ ପୂଜା ।

ପଶ୍ଚିମବଙ୍ଗର ନଦିଆର ଫୁଲିଆ ତାଲତାଲା ଗ୍ରାମ । ଏହି ଗାଁଟି ଶାନ୍ତିପୁର ପୋଲିସ ଥାନା ଅଧୀନରେ ରହିଛି । ଏହି ଗାଁରେ ଧୁମ୍‌ଧାମରେ ଭୂତକୁ କରାଯାଏ ପୂଜାର୍ଚ୍ଚନା । ଲୋକେ ଭୂତକୁ ପ୍ରକୃତ ରୂପରେ ଦେଖିବା ପାଇଁ ଆଖପାଖ ଗାଁର ଲୋକେ ଭିଡ଼ ଜମାଇଥାନ୍ତି । ୧୯୫୦ ରୁ ୧୯୫୨ ମଧ୍ୟରେ ପୂର୍ବ ପାକିସ୍ଥାନର ଅନେକ ଲୋକ ଏଠାକୁ ଆସି ଏହି ଅଞ୍ଚଳରେ ବସବାସ କରିଥିଲେ । ଏହି ଲୋକମାନେ ହିଁ ଏଠାରେ ଭୂତ୍ ପୂଜା କରିବା ଆରମ୍ଭ କରିଥିଲେ । କିନ୍ତୁ ବର୍ତ୍ତମାନ ବାଂଲାଦେଶରେ ମଧ୍ୟ ଲୋକେ ଭୂତ୍ ପୂଜାକୁ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି । ସାଧାରଣତଃ ଏହି ପୂଜା ଚୈତ୍ର ମାସ ଆରମ୍ଭରେ ପାଳନ କରାଯାଏ । ମାନସିକଧାରୀମାନେ ଶିବଙ୍କ ମନ୍ତ୍ର ପାଠ କରି ଗ୍ରାମ ପରିକ୍ରମା କରିବା ସହ ଚାଉଳ,ଡ଼ାଲି ଆଦି ସଂଗ୍ରହ କରିଥାନ୍ତି । ଶେଷରେ ଏହାକୁ ରୋଷେଇ କରି ଗ୍ରାମବାସୀ ଖାଇଥାନ୍ତି ।
ପ୍ରତିବର୍ଷ ଗାଁର ଲୋକମାନେ ନିଜ ହାତରେ ଏକ ବିଶାଳକାୟ ମୂର୍ତ୍ତି ତିଆରି କରିଥାନ୍ତି । ଏହି ମୂର୍ତ୍ତିର ମୁଣ୍ଡ ଏବଂ ଗଣ୍ଡି ନ ଥାଏ । କେବଳ ଶରୀରର ତଳ ଭାଗ ତିଆରି କରିଥାନ୍ତି । ସେଥିରେ ଆଖି, ନାକ, ପାଟି ଆଦି କରିଥାନ୍ତିି । ଏହି ମୂର୍ତ୍ତିକୁ ଠିଆ ନ କରି ଭୂମିରେ ରଖି ପୂଜା କରନ୍ତି । ଭୂତକୁ ପୂଜା କରିବାର ଅର୍ଥ ହେଉଛି ଶିବଙ୍କୁ ଉପାସନା କରିବା । ଏହାଦ୍ୱାରା ଗ୍ରାମରେ ମଙ୍ଗଳହେବା ସହ ପରିବାରରେ ସୁଖଶାନ୍ତି ବଜାୟ ରହିଥାଏ । ଗ୍ରାମର କୌଣସି ଲୋକ ନୂଆ କାମ କରିବା ପାଇଁ ଏହି ପୂଜା କଲେ ଶୁଭଫଳ ମିଳିଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ଆଉ ଗ୍ରାମବାସୀ ଯେଉଁ ମାନସିକ ରଖନ୍ତି, ତାକୁ ଭୂତ ରାଜା ପୂରଣ କରନ୍ତି ବୋଲି ଲୋକେ କୁହନ୍ତି ।

Comments are closed.