Latest Odisha News

BREAKING NEWS

ଗାଧୋଇବା ବେଳେ ଭାସିଗଲେ ମହିଳା: ଅଗ୍ନିଶମ ବାହିନୀ ଦ୍ୱାରା ହେଲେ ଉଦ୍ଧାର

କେନ୍ଦୁଝର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବୈତରଣୀରେ ବଢୁଛି ଜଳସ୍ତର । ସେପଟେ ଲଘୁଚାପ ପ୍ରଭାବରୁ କେନ୍ଦୁଝରରେ ମଙ୍ଗଳବାରଠାରୁ ଲାଗିରହିଛି ବର୍ଷା l ବୁଧବାର ସକାଳ ଯାଏଁ ଚମ୍ପୁଆରେ ୧୧୧.୪ ମିଲି ବର୍ଷା ହୋଇଥିବା ବେଳେ ଆନନ୍ଦପୁରରେ ୯୬.୨ ମିଲିମିଟର ବର୍ଷା ହୋଇଛି l ଲଗାଣ ବର୍ଷା ଲାଗିରହିଥିବାରୁ ବନ୍ୟା ସ୍ଥିତି ଉପୁଜିବା ସହ ତଳିଆ ଅଞ୍ଚଳ କ୍ଷତିଗ୍ରସ୍ତ ଆଶଙ୍କା ରହିଛି ।

ଆଜି ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ଫକୀରପୁର ଗାଁର ମହିଳା ବାସନ୍ତୀ ରାଉଳ ନଦୀକୁ ଗାଧୋଇ ଯାଇଥିବା ସମୟରେ ଅଚାନକ ପାଣି ମାଡିଆସିଥିଲା l ପାଣିରେ ଭାସି ଭାସି ଯାଇ ନଦୀ ମଝିରେ ଥିବା ଟାପୁରେ ଫସି ରହିଥିଲେ ବାସନ୍ତୀ । ଖବରପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି | ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ।

ସେପଟେ କ୍ରମାଗତ ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଦେଇ ପ୍ରବାହିତ ବୈତରଣୀ ବିପଦସଂକେତ ଉପରେ ପ୍ରବାହିତ ହେଉଛି। ଆନନ୍ଦପୁର ରାଜଘାଟ ଠାରେ ଦିନ ୧୧ଟା ସୁଦ୍ଧା ଜଳସ୍ତର ୩୯.୧୪୦ ଥିଲା। ଫଳରେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗୀନ ହେବାର ଆଶଙ୍କା ଦେଖାଦେଇଛି।

Leave A Reply

Your email address will not be published.