Latest Odisha News

BREAKING NEWS

ଚଳନ୍ତା ଟ୍ରେନରୁ ଖସିପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି ରେଲୱେ ଷ୍ଟେସନରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଚଳନ୍ତା ଟ୍ରେନରୁ ଖସିପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଆଗଲପୁର ଗ୍ରାମର ଅନିଲ କୁମ୍ଭାର ବୋଲି ଜଣାପଡିଛି। ଏହି ଘଟଣାରେ ରେଲୱେ ପୋଲିସ ଯୁବକକୁ ଉଦ୍ଧାର କରି ତଦନ୍ତ କରୁଛି।

ସୂଚନା ଅନୁଯାୟୀ ଇସ୍ପାତ ଟ୍ରେନରେ ମାଆ, ଭଉଣୀଙ୍କୁ ଚଢ଼ାଇ ଉଲ୍ଲାଇବା ବେଳେ ଯୁବକ ଜଣଙ୍କ ଖସିପଡ଼ି ଟ୍ରେନରେ ଚାପି ହୋଇଗଲେ। ଫଳରେ ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ଘଟିଛି। ଯୁବକ ଜଣକ ମାଆ ଓ ଭଉଣୀକୁ ଟ୍ରେନରେ ରାଉରକେଲା ଛାଡିବାକୁ ଆସିଥିବା ବେଳେ ଘଟିଛି ଏହି ଅଘଟଣ। ଘଟଣାସ୍ଥଳେ ରେଲୱେ ପୋଲିସ ପହଁଞ୍ଚି ଯୁବକକୁ ଉଦ୍ଧାର କରି ତଦନ୍ତ କରୁଛି।

 

Leave A Reply

Your email address will not be published.