ଯାଜପୁର : କୋରୋନା ପାଇଁ ଚାରିଆଡେ ଲକ ଡାଉନ ଚାଲିଛି । କାମ ଧନ୍ଦା ସବୁ ବନ୍ଦ ହୋଇଯାଇଛି । ଏହାରି ଭିତରେ ହତାଶ ହୋଇ ଜୀବନ ହାରିଲେ ଯୁବକ । ଯାଜପୁର ସଦର ଥାନା ଅନ୍ତର୍ଗତ ଜାହାନପୁର ପଂଚାୟତର ମଲ୍ଳିକାପୁର ଗାଁର ଅକ୍ଷୟ ମହାନ୍ତି ଆଜି ସକାଳେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ସୂଚନା ମୁତାବକ, ସେ ପ୍ରଥମେ ଗାଡି ଡ୍ରାଇଭିଂ କରୁଥିଲେ । କିଛି ଦିନ ତଳେ ଗାଁରେ ଏକ ଅଟାକଳ ମଧ୍ୟ କରିଥିଲେ । କିନ୍ତୁ ଲକ୍ ଡାଉନ୍ ଫଳରେ ରୋଜଗାର ପାଇଁ ତାଙ୍କର ସବୁ ବାଟ ବନ୍ଦ ହୋଇଯାଇଥିଲା । ଧାରକରଜ ଓ ପାରିବାରିକ ଦୁଃଶ୍ଚିନ୍ତା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଆଜି ସକାଳେ ତାଙ୍କ ମୃତଦେହ ଝୁଲୁଥିବା ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇ ଯାଜପୁର ମୁଖ୍ୟ ଡାକ୍ତରଖାନା ପଠାଇଛନ୍ତି । ତଦନ୍ତ ଜାରି ରହିଛି ।
Comments are closed.