Latest Odisha News

୪୮୦ ବୋତଲ କଫ୍ ସିରଫ୍ ସହ ଜଣେ ଯୁବତୀ ଗିରଫ

ବରଗଡ଼: ବରଗଡ଼ ଟାଉନ ଥାନା ପୋଲିସ ଦ୍ବାରା ବରଗଡ଼ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ନିକଟରୁ ୪୮୦ ବୋତଲ କଫ୍ ସିରଫ୍ ସହ ଜଣେ ଯୁବତୀଙ୍କୁ ଗିରଫ କରାଯାଇଛି। ତେବେ ଗିରଫ ଅଭିଯୁକ୍ତ ଯୁବତୀ ଜଣକ ସମ୍ୱଲପୁର ସହରର ଏନ୍ ଗୁଆ ଗଲି, ବୁଢ଼ାରଜା ଅଞ୍ଚଳର ହୋଇଥିବା ବେଳେ ବରଗଡ଼ ନଦୀପଡ଼ା ଡାଙ୍ଗ ଅଞ୍ଚଳରେ ରହୁଛନ୍ତି।

ଗିରଫ ଅଭିଯୁକ୍ତଙ୍କଠାରୁ ୪୮୦ ବୋତଲ କଫ୍ ସିରଫ, ଦୁଇଟି ସ୍କୁଟି, ୧୦ ଷ୍ଟ୍ରିପ୍ ନାଇଟ୍ରୋଜେନ୍ ବଟିକା ଓ ନଗଦ ୧,୦୪,୫୦୦ ଟଙ୍କା ଜବତ କରାଯାଇଥିବା ଟାଉନ ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ପୋଲିସର କହିବା ଅନୁଯାଇ ଜଣେ ଝିଅ ଏକା ଏତେ ବଡ କାଣ୍ଡ କରିବା ଅସମ୍ଭବ। ତେଣୁ ଆଉ କେତେ ଜଣ ଉକ୍ତ କାରସାଦିରେ ସାମିଲ ଅଛନ୍ତି ତାହା ଜାଣିବା ପାଇଁ ତନାଘନା ଚଳାଇଛି ବରଗଡ ଟାଉନ ପୋଲିସ।

Comments are closed.