Latest Odisha News

BREAKING NEWS

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଜାରି

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ନୂଆଗାଁରେ ଅଘଟଣ । ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ବାହାର୍ଦା ପଞ୍ଚାୟତର ମେଳକ ଗାଁର ପ୍ରତାପ ନାୟକଙ୍କ ପୁଅ ଦେବାଶିଷ ନାୟକ (୨୩) ବୋଲି ଜଣାପଡିଛି ।

ଖବର ମୁତାବକ, ସୋମବାର ରେଳ ଧାରଣା ଉପରେ ଯୁବକଙ୍କର ମୃତ ଦେହ ପଡ଼ିଥିବା ଦେଖି ଗାଁ ଲୋକ ଚିହ୍ନଟ କରି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତେବେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Comments are closed.