Latest Odisha News

BREAKING NEWS

ଶିଘ୍ର କରାଇ ନିଅନ୍ତୁ ଆଧାର ଲିଙ୍କ୍; ନହଲେ ଅକ୍ଟୋବରରୁ ପ୍ୟାନ୍ ଅଚଳ

ନୂଆଦିଲ୍ଲୀ: ଆଧାର ସହ ପ୍ୟାନ୍ କାର୍ଡ୍ ଲିଙ୍କର ଅବଧ୍ ଶେଷ ତାରିଖକୁ ଜୁନ୍ ୩୦ରୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି। କରୋନା ମହାମାରୀ ସମୟରେ ଅପଡେଟ୍ କରିବା ପାଇଁ ହିତାଧିକାରୀମାନେ ହଇରାଣ ହେଉଥିବାରୁ ଏହାର ଶେଷ ତାରିଖକୁ ଆଉ ୩ ମାସ ଘୁଞ୍ଚଇ ଦେଇଛନ୍ତି କେନ୍ଦ୍ର ସରକାର। ତେବେ ଏହି ଅବଧି ମଧ୍ୟରେ ଆଧାର ସହ ଲିଙ୍କ୍ ନ ହୋଇଥିଲେ ପ୍ୟାନକାର୍ଡ ଅଚଳ ହୋଇଯିବ ବୋଲି କେନ୍ଦ୍ର କହିଛି। ତେବେ ବିଭିନ୍ନ ସମୟରେ ଏହି କାମ ସାରିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ଏବେ ବି ଅନେକ ଉପଭୋକ୍ତା ଅଛନ୍ତି ଯେଉଁମାନ ଆଧାର-ପ୍ୟାନ୍ ଲିଙ୍କ କରାଇ ନାହାନ୍ତି।

ଯଦି କେହି ପ୍ୟାନ୍ ଆଧାର ଲିଙ୍କ କରାଇନାହାନ୍ତି ସେମାନଙ୍କ ପ୍ୟାନ ଆୟକର ଆଇନ-୧୩୯ଏଏ ଅନୁସାରେ ଅବୈଧ ହୋଇଯିବ। ଏହା ଥରେ ଅବୈଧ ହୋଇଗଲେ ଉପଭୋକ୍ତା ନା ଆୟକର ବିବରଣୀ ଦାଖଲ କରିପାରିବେ ନା ଟ୍ୟାକ୍ସ ଫେରସ୍ତ ପାଇପାରିବେ। ତେବେ ଆଧାର ଓ ପ୍ୟାନ୍ ଲିଙ୍କ ପାଇଁ ଜଣେ ଏସଏମଏସ୍ ଯୋଗେ କିମ୍ବା https://incometaxindiaefiling.gov.inରେ ଲଗଇନ୍ କରି କରିପାରିବେ।

Leave A Reply

Your email address will not be published.