Latest Odisha News

ଲକଡାଉନରେ ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ବର : ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଲାଗୁ ହେଉଛି ୧୪ ଦିନିଆ ଲକଡାଉନ୍ । ଏହି ସମୟରେ କେବଳ ଜରୁରୀ ସେବା ଛଡ଼ା ବାକି ସବୁ କିଛି ବନ୍ଦ ରହିବ । ତେବେ ରାଜ୍ୟରେ ଲାଗୁ ହେଉଥିବା ଲକଡାଉନ ସମୟରେ ଖୋଲା ରହିବ ଆହାର କେନ୍ଦ୍ର । ଏନେଇ ଜିଲ୍ଲା ଆହାର ସୋସାଇଟିକୁ ଚିଠି ଲେଖିଛନ୍ତି ଓଏସଡି ଆହାର ।

ଲକଡାଉନ ସମୟରେ ଆହାର କେନ୍ଦ୍ର ତ ଖୋଲା ରହିବ । କିନ୍ତୁ ଏଠାରେ କେହି ବସି ଖାଇପାରିବେ ନାହିଁ । କିନ୍ତୁ ପାର୍ସଲ ନେଇ ପାରିବେ । ସେହିପରି ପଲିଥିନ୍ ବ୍ୟାନ କରାଯାଇଥିବାରୁ କୌଣସି ଆହାର କେନ୍ଦ୍ରରେ ପଲିଥିନରେ ଖାଦ୍ୟ ପାର୍ସଲ ଦିଆଯାଇ ପାରିବନାହିଁ । ତେଣୁ ଆହାର କେନ୍ଦ୍ରକୁ ଆସୁଥିବା ଲୋକ ନିଜ ଟିଫିନ୍ ଆଣି ଆସିବାକୁ କୁହାଯାଇଛି ।

ଲକଡାଉନ ଅବଧି ସମୟରେ ଆହାର କେନ୍ଦ୍ରରେ କୋଭିଡ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ସେହିପରି ଲକଡାଉନକୁ ଦୃଷ୍ଟିରେ ରଖି ଆହାର କେନ୍ଦ୍ରରେ ମିଲ୍ ସଂଖ୍ୟା ହ୍ରାସ କରାଯାଇଛି । ଯେପରି ଏହି ସମୟରେ ଖାଦ୍ୟ ନଷ୍ଟ ନହେବ ସେଥିପାଇଁ ଏଙଳି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.