Latest Odisha News

BREAKING NEWS

ମଶା ଦମନ ପାଇଁ ବିଏମସିର ଡ୍ରୋନ୍ ଉଡାଣକୁ ନେଇ ଆପତ୍ତି ଉଠାଇଲା ଏଏଆଇ, ଜବାବ ରଖିଲେ ମେୟର

ଭୁବନେଶ୍ୱର: ରାଜଧାନୀରେ ମାଳ ମାଳ ମଶା। ଏହାକୁ ଦମନ କରିବାକୁ ଭୁବନେଶ୍ୱର ମହାନଗର ନିଗମ ଡ୍ରୋନ ବ୍ୟବହାର କରୁଛି। ହେଲେ ଡ୍ରୋନ ଉଡାଇବାକୁ ବିଏମସି ନେଇ ନାହିଁ ଆବଶ୍ୟକ ଅନୁମତି। ତେଣୁ ବିମାନ ବନ୍ଦର ପ୍ରାଧିକରଣ ବିଏମସିକୁ ଏକ ନୋଟିସ ପଠାଇଛି।

ବିଏମସି ଡ୍ରୋନ ଜରିଆରେ ମଶାର ଉତ୍ପତି ସ୍ଥଳ ଚିହ୍ନଟ କରି ଏକ ସ୍ପ୍ରେ କରୁଛି। ଏହାଦ୍ୱାରା ମଶା ଦମନ ଶୀଘ୍ର ନିୟନ୍ତ୍ରଣକୁ ଆସିବ ବୋଲି ବିଏମସି ଚିନ୍ତା କରୁଛି। ରାଜଧାନୀରେ ମଶାଙ୍କ ଉତ୍ପାତ ସାମ୍ନାକୁ ଆସିବା ପରେ କୋଲକାତାର ଏକ କମ୍ପାନୀ ସହିତ ରାତି ଅଧିଆ ବିଏମସି ଚୁକ୍ତି କରି ଡ୍ରୋନ ଜରିଆରେ ମଶା ମାରିବାକୁ ଉଦ୍ୟମ କରିଛି।

ବିମାନ ବନ୍ଦର ପ୍ରାଧିକାରଣର ରିପୋର୍ଟ ଅନୁଯାୟୀ, ଡ୍ରୋନର ଆକାରକୁ ନେଇ ୫ ଭାଗରେ ବିଭକ୍ତ କରାଯାଇଛି। ନାନୋ ଡ୍ରୋନ , ମାଇକ୍ରୋ ଡ୍ରୋନ , ସ୍ମଲ୍ ଡ୍ରୋନ , ମିଡିୟମ ଡ୍ରୋନ ଓ ଲାର୍ଜ ଡ୍ରୋନ। ସମସ୍ତଙ୍କ ଉଡ଼ିବାର କ୍ଷମତା ତଥା ଉଚ୍ଚତାକୁ ଡିଜିସିଏ ତଥା ଇଣ୍ଡିଆନ ଏୟାରପୋର୍ଟ ଅଥରିଟି‌ ପୂର୍ବରୁ ନିର୍ଦ୍ଧାରଣ କରନ୍ତି। ଏହି ନିୟମ ଅନୁଯାୟୀ, ବିଭିନ୍ନ ଅଞ୍ଚଳକୁ ପୃଥକିକରଣ କରାଯାଇଛି। ବିମାନବନ୍ଦର ୮ କିଲୋମିଟର ଅଞ୍ଚଳକୁ ରେଡ ଜୋନ, ୮ ରୁ ୧୨ କିଲୋମିଟରକୁ ୟେଲୋ ଜୋନ ଆଉ ୧୨ କିଲୋମିଟର ପର ଅଞ୍ଚଳକୁ ଗ୍ରୀନ ଜୋନ ଭାବେ ପରିଗଣିତ କରାଯାଇଥାଏ। ରେଡ ଜୋନରେ ଗୋଟେ ଡ୍ରୋନ ସର୍ବାଧିକ ୬୦ ମିଟର ପର୍ଯ୍ୟନ୍ତ ଉଡ଼ିପରିବ। ସେହିଭଳି ୟେଲୋ ଜୋନରେ ୬୦ ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ଉଡିପାରିବ ଆଉ ଗ୍ରୀନ ଜୋନରେ ୧୨୦ ମିଟରରୁ ଅଧିକ ପର୍ଯ୍ୟନ୍ତ ଗୋଟେ ଡ୍ରୋନ ଉଡ଼ି ପାରିବ। କିନ୍ତୁ ଭୁବନେଶ୍ୱର ମହାନଗର ନିଗମ ଏହାକୁ ନେଇ କୌଣସି ତଥ୍ୟ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆକୁ ପ୍ରଦାନ କରିନାହାନ୍ତି।

ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲଚନା ଦାସ କହିଛନ୍ତି ଯେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ସମସ୍ତ ନିୟମକୁ ପାଳନ କରାଯାଉଛି। ଦାୟିତ୍ୱ ସମ୍ପନ ନାଗରିକ ଭାବେ ବିମାନ ବନ୍ଦର ସୁରକ୍ଷା ଆମ ଦାୟିତ୍ୱ। ବିମାନ ବନ୍ଦର ଏରିଆରେ ନିୟମ ମାନି ଡ୍ରୋନ ଜରିଆରେ ମଶା ମାରିବାକୁ ପ୍ରୟାସ କରିବୁ।

 

Comments are closed.