Latest Odisha News

BREAKING NEWS

ଡିସେମ୍ବର ୧୬ରେ ଆପର ‘ମହିଳା ଅଦାଲତ’, ଯୋଗ ଦେବେ ଅଖିଳେଶ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧୬ ତାରିଖରେ ଦିଲ୍ଲୀରେ ମହିଲା ଅଦାଲତ ଆୟୋଜନ କରିବ ଆମ ଆଦମି ପାର୍ଟି (ଆପ୍ ) ।  ଅରବିନ୍ଦ କେଜ୍ରିୱାଲଙ୍କ ସହ ସପା(ସମାଜବାଦୀ ପାର୍ଟି) ମୁଖ୍ୟ ଅଖିଳେଶ ଯାଦବ ଏଥିରେ ଯୋଗ ଦେବେ। ରାଜଧାନୀ ଦିଲ୍ଲୀରେ ମହିଳା ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ଆପ ମହିଳା ଅଦାଲତ ଆୟୋଜନ କରିବାକୁ ଯାଉଛି। ଦିଲ୍ଲୀରେ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟି କ୍ରମାଗତ ଭାବେ ବିଜେପିକୁ କଡା ଟାର୍ଗେଟ କରୁଛି।

ସୂଚନା ଅନୁଯାୟୀ, କେଜ୍ରିୱାଲ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ସେ ଲେଖିଛନ୍ତି, ଦିଲ୍ଲୀରେ ମହିଳା ସଙ୍କ୍ରାନ୍ତୀୟ ଅପରାଧ ଦ୍ରୁତ ଗତିରେ ବଢ଼ୁଥିବାବେଳେ ପ୍ରତ୍ୟେକ ରାସ୍ତାରେ ଗ୍ୟାଙ୍ଗଷ୍ଟର ସକ୍ରିୟ ହୋଇପଡିଛନ୍ତି। ସେହିପରି ଡ୍ରଗ୍ ମାଫିଆ ବି ସାରା ଦିଲ୍ଲୀରେ ବଢିବାରେ ଲାଗିଛନ୍ତି । ଦିଲ୍ଲୀରେ ଦିନରାତି ଫାୟାରିଂ, ହତ୍ୟା, ଅପହରଣ ଓ ଛୁରାମାଡ଼ ଘଟଣା ଘଟୁଥିବା ସେ ଚିଠିରେ ଜଣାଇଛନ୍ତି।

କେଜ୍ରିୱାଲ ଆହୁରି ଲେଖିଛନ୍ତି, ଗତ ୬ ମାସ ମଧ୍ୟରେ ଦିଲ୍ଲୀର ୩୦୦ ରୁ ଅଧିକ ସ୍କୁଲ-କଲେଜ, ୧୦୦ ରୁ ଅଧିକ ଡାକ୍ତରଖାନା, ବିମାନବନ୍ଦର ଏବଂ ମଲ ଉପରେ କ୍ରମାଗତ ଭାବେ ବୋମା ବିସ୍ଫୋରଣର ଧମକ ଦିଆଯାଇଛି। ହେଲେ ସେମାନଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ପ୍ରକାଶଯୋଗ୍ୟ ଆପ ସମସ୍ତ ୭୦ ସିଟରେ ପ୍ରାର୍ଥୀ ଘୋଷଣା କରିସାରିଛି । ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ ବିଜେପି ନିଖୋଜ ହୋଇଯାଇଛି । ତାଙ୍କର କେହି ମୁଖ୍ୟମନ୍ତ୍ରୀ ଚେହେରା ନାହିଁ ।  ସେମାନଙ୍କର ଦଳ ନାହିଁ, ଯୋଜନା ନାହିଁ ଏବଂ ଦିଲ୍ଲୀ ପାଇଁ କୌଣସି ଲକ୍ଷ୍ୟ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି।

Comments are closed.