ମୁମ୍ବାଇ: ଗଦର ୨ର ସଫଳତା ପରେ ସନୀ ଦେଓଲ ତାଙ୍କ ଷ୍ଟାରଡମ ଫେରି ପାଇଛନ୍ତି । ସେ ଏହା ପରେ କେଉଁ ଫିଲ୍ମ ସାଇନ କରିବେ ସେ ନେଇ ଆଲୋଚନା ଜୋର ଧରିଥିଲା । ଏବେ ଅମୀର ଖାଁଙ୍କ ସହ ସେ ହାତ ମିଳାଇଛନ୍ତି । ଲାହୋର ୧୯୪୭ ନାମକ ଏହି ଫିଲ୍ମରେ ସନୀ ଅଭିନୟ କରିବେ ଏବଂ ଅମିର ପ୍ରଡ୍ୟୁସର ରହିବେ । ଘାୟଲ, ଦାମିନୀ ଫେମ ରାଜକୁମାର ସନ୍ତୋଷୀ ଏହାର ନିର୍ଦ୍ଦେଶନା ଦେବେ । ଫିଲ୍ମର ପ୍ରାରମ୍ଭିକ ବଜେଟ ୧୦୦ କୋଟି ରଖାଯାଇଛି । ସନ୍ତୋଷୀଙ୍କ ନିର୍ଦ୍ଦେଶନାରେ ସନୀ ଦୁଇ ଥର ଜାତୀୟ ପୁରସ୍କାର ପାଇଥିଲେ । ଏହା ପରେ କୌଣସି କାରଣ ଯୋଗୁ ଉଭୟଙ୍କ ମଧ୍ୟରେ ମତଭେଦ ହୋଇଥିଲା ।
ଘାତକ ପରେ ସେମାନେ ଆଉ କୌଣସି ଫିଲ୍ମରେ ଏକତ୍ର ହୋଇପାରି ନ ଥିଲେ । ଅପରପକ୍ଷରେ ୧୯୯୪ରେ ରିଲିଜ ହୋଇଥିବା ଆନ୍ଦାଜ ଆପନା ଆପନା ପରେ ଅମୀର ଓ ସନ୍ତୋଷୀ ଆଉ ଏକତ୍ର ହୋଇପାରି ନ ଥିଲେ । ଅମୀର ଓ ସନୀଙ୍କ କମ୍ବିନେଶନ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ପ୍ରଶଂସକମାନେ ଆଶା ବାନ୍ଧିଛନ୍ତି ।
Comments are closed.