Latest Odisha News

BREAKING NEWS

ପୁଣି ପ୍ରେମର ଦ୍ଵାର ଦେଶରେ କି ଅମିର! ଜାଣନ୍ତୁ କିଏ ଏହି ରହସ୍ୟମୟୀ ମହିଳା

ମୁମ୍ବାଇ: ବଲିଉଡର ଲୋକପ୍ରିୟ କଳାକାର ଅମୀର ଖାନ୍ ତୃତୀୟ ଥର ପାଇଁ ପ୍ରେମରେ ପଡିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ୯୦ ଦଶକର ଏହି ଚକୋଲେଟ ବୟଙ୍କ ଚାହିଦା ଏବେ ବି କମି ନାହିଁ । ବଲିଉଡର ଏହି ଲୋକପ୍ରିୟ କଳାକାର ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି । ଆଉ ଏବେ ଅମିର ଖାନଙ୍କୁ ନେଇ ଆଉ ଏକ ଚର୍ଚ୍ଚା ଜୋର୍ ଧରିଛି । କୁହାଯାଉଛି ଯେ ପୁଣି ଥରେ ପ୍ରେମରେ ପଡିଛନ୍ତି ଅମିର୍ ଖାନ୍ । ପୂର୍ବରୁ ଅମିର ଦୁଇ ଦୁଇ ଥର ବିବାହ କରିଛନ୍ତି କିନ୍ତୁ କୌଣସି ବିବାହ ତାଙ୍କର ତିଷ୍ଠି ପାରି ନାହିଁ । ଗତ ୨୦୨୧ ମସିହାରେ ଦ୍ଵିତୀୟ ପତ୍ନୀ କିରଣ ରାଓଙ୍କ ଠାରୁ ଛାଡପତ୍ର ନେଇଥିଲେ ଅମିର । ଆଉ ଛାଡପତ୍ରର ଚାରି ବର୍ଷ ପରେ, ପୁଣି ଥରେ ଅମିରଙ୍କ ହୃଦୟର ଦ୍ଵାର ମୁହଁରେ ଆସି ପହଞ୍ଚିଛି ପ୍ରେମ । କୁହାଯାଉଛି ଯେ ଅମିର ଖାନ ବାଙ୍ଗାଲୋରର ଜଣେ ଝିଅଙ୍କୁ ଡେଟ୍ କରୁଛନ୍ତି।

ଫିଲ୍ମଫେୟାର ରିପୋର୍ଟ ଅନୁଯାୟୀ, ବାଙ୍ଗାଲୋରର ଜଣେ ଝିଅକୁ ଏବେ ଡେଟ୍ କରୁଛନ୍ତି ଅମିର୍ ଖାନ୍ । ସେ ତାଙ୍କୁ ତାଙ୍କ ପରିବାର ସହିତ ମଧ୍ୟ ପରିଚିତ କରାଇଛନ୍ତି। ଶୁଣିବାକୁ ମିଳୁଛି ଯେ ଅମିର ତାଙ୍କ ସହିତ ସିରିୟସ୍ ରିଲେସନସିପରେ ଅଛନ୍ତି। ଆଉ ଅମିର ଖାନଙ୍କ ଏହି ନୂତନ ପ୍ରେମିକାଙ୍କ ନାମ ଗୌରୀ ବୋଲି ଶୁଣିବାକୁ ମିଳୁଛି । ତେବେ ମହିଳା ଜଣଙ୍କର ବଲିଉଡ ସହିତ କୌଣସି ସମ୍ପର୍କ ନାହିଁ। ସେପଟେ ଅମିର ଏପର୍ଯ୍ୟନ୍ତ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

ଅମିରଙ୍କ ଏହି ନୂତନ ପ୍ରେମିକାଙ୍କ ନାମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କାରଣ ଅଭିନେତା ଶାହରୁଖ ଖାନଙ୍କ ପତ୍ନୀଙ୍କ ନାମ ମଧ୍ୟ ଗୌରୀ। ତେବେ ପ୍ରକାଶିତ ଏହି ରିପୋର୍ଟଗୁଡ଼ିକ କେତେ ସତ୍ୟ ସେନେଇ କୌଣସି ସୂଚନା ମିଳିନାହିଁ । କିନ୍ତୁ କୁହାଯାଉଛି ଯେ ଯଦି ଅମିର ଉକ୍ତ ମହିଳାଙ୍କୁ ବିବାହ କରନ୍ତି, ତେବେ ଇଣ୍ଡଷ୍ଟ୍ରିରେ ଦୁଇଜଣ ଗୌରୀ ଖାନ ରହିବେ।

ସେପଟେ ଅଭିନେତା ଅମିର ଖାନଙ୍କ ବୈବାହିକ ଜୀବନ ବିଷୟରେ କହିବାକୁ ଗଲେ, ସେ ପ୍ରଥମେ ୧୯୮୬ ମସିହାରେ ରୀନା ଦତ୍ତଙ୍କୁ ବିବାହ କରିଥିଲେ। ରୀନା ଏବଂ ଅମିରଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। କିନ୍ତୁ ଦୁହେଁ ୨୦୦୨ ମସିହାରେ ଅଲଗା ହୋଇଯାଇଥିଲେ। ଏହା ପରେ ଅମିର ୨୦୦୫ ମସିହାରେ କିରଣ ରାଓଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ଅର୍ଥାତ୍ ୨୦୨୧ରେ କିରଣ ଏବଂ ଅମିର ପରସ୍ପରଠୁ ଅଲଗା ହୋଇଯାଇଥିଲେ। ଅମିର ଏବଂ କିରଣଙ୍କର ଏକ ପୁଅ ମଧ୍ୟ ଅଛି।

ସେହିପରି ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ଅମିର ଖାନଙ୍କ ‘ସିତାରେ ଜମିନ୍ ପର’ ଚଳିତ ବର୍ଷ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମର ମୁକ୍ତିଲାଭ ତାରିଖ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ। ଏହା ବ୍ୟତୀତ ଆଗକୁ ଅମିରଙ୍କ ପାଖରେ ଅନେକ ପ୍ରୋଜେକ୍ଟ ଥିବା ନେଇ ସୂଚନା ରହିଛି ।

 

Comments are closed.