Latest Odisha News

BREAKING NEWS

ଜୁଲାଇରେ ବିବାହ କରିବେ ଆମିର ଖାନ୍

ମୁମ୍ବାଇ: ଆମିର ଖାନ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରେଟ୍ ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଦୁହେଁ ବହୁତ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ। ୬୦ ତମ ଜନ୍ମଦିନରେ ଆମିର ଖାନ ପ୍ରେମିକା ଗୌରୀଙ୍କୁ ସମସ୍ତଙ୍କ ସହ ପରିଚିତ କରାଇଥିଲେ।

ଯଦି ବିବାହ ହୁଏ ତେବେ ଏହା ଆମିର ଖାନଙ୍କ ତୃତୀୟ ବିବାହ ହେବ। କୁହାଯାଉଛି ଯେ ଅଭିନେତା ଆଡ଼ମ୍ବର ଉତ୍ସବ ଆୟୋଜନ କରିବା ପରିବର୍ତ୍ତେ ଏକ ସରଳ ଏବଂ ବ୍ୟକ୍ତିଗତ ଉତ୍ସବ ଯୋଜନା କରୁଛନ୍ତି। କେବଳ ସେମାନଙ୍କର ନିକଟତମ ବନ୍ଧୁ ଏବଂ ପରିବାର ଏହି ସମାରୋହରେ ଯୋଗଦେବେ।

ତେବେ ୬୧ ବର୍ଷୀୟ ଆମୀର ପୁଣିଥରେ ବର ହେବାକୁ ଯାଉଥିବା ବେଳେ ତାଙ୍କର ବଧୂ ସାଜିବେ ୪୬ ବର୍ଷୀୟ ଗୌରୀ ।ଆମୀର ଏବଂ ଗୌରୀ ଏକ ବର୍ଷରୁ ଅଧିକ ସମୟ ଧରି ଏକ ପରିବାର ଭାବରେ ଏକାଠି ରହୁଛନ୍ତି । ରୀନା ଦତ୍ତାଙ୍କ ସହିତ ତାଙ୍କର ପ୍ରଥମ ବିବାହ ହୋଇଥିଲା, ଯାହା ୧୯୮୬ ରୁ ୨୦୦୨ ପର୍ଯ୍ୟନ୍ତ ଚାଲିଥିଲା । ଦମ୍ପତିଙ୍କ ଦୁଇଟି ସନ୍ତାନ ଅଛନ୍ତି – ଜୁନୈଦ ଖାନ ଏବଂ ଇରା ଖାନ। ପରେ ଆମିର ଫିଲ୍ମ ନିର୍ମାତା କିରଣ ରାଓଙ୍କୁ ୨୦୦୫ ମସିହାରେ ବିବାହ କରିଥିଲେ। ସେମାନଙ୍କର ଏକ ପୁଅ ଆଜାଦ ରହିଛି।

Comments are closed.