Latest Odisha News

BREAKING NEWS

ଆମିର ଖାନ୍‌ଙ୍କ ରୋଷେୟା, ବଡିଗାର୍ଡଙ୍କ ସମେତ ୭ ଜଣ ସଦସ୍ୟ କରୋନା ପଜିଟିଭ

ମୁମ୍ବାଇ: କରୋନାକୁ ଲାଗୁନି ବ୍ରେକ । ଦେଶରେ ବଢ଼ି ଚାଲିଛି ସଂକ୍ରମଣ । ଏବେ ବଲିଉଡ ସୁପରଷ୍ଟାର ଆମିର ଖାନ୍‌ଙ୍କ ଘରେ କରୋନା ପ୍ରବେଶ କରିଛି । ତାଙ୍କ ଘରର ରୋଷେୟା, ବଡିଗାର୍ଡ ସମେତ ତାଙ୍କ ଟିମ୍‌ର ୭ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଆମିର ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ମୋର କିଛି ସହଯୋଗୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ କ୍ଵାରେଣ୍ଟାଇନ କରି ଦିଆଯାଇଛି। ବିଏମସି ଅଧିକାରୀମାନେ ତୁରନ୍ତ ମେଡିକାଲ ସୁବିଧା ଉପଲବ୍ଧ କରାଇଥିବାରୁ ମୁଁ ବିଏମସିକୁ ଧନ୍ୟବାଦ ଦେବାକୁ ଚାହୁଁଛି। ତାଙ୍କ ଘରୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପୁରା ସୋସାଇଟିକୁ ବିଏମ୍‌ସି ପକ୍ଷରୁ ସାନିଟାଇଜ କରାଯାଇଛି । ଏଥିସହ ଆମିରଙ୍କ ପରିବାର ସଦସ୍ୟଙ୍କ କରୋନା ଟେଷ୍ଟ କରାଯାଇଛି । ସମସ୍ତ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି ।

ତେବେ କେବଳ ଆମିରଙ୍କ ମା’ଙ୍କର ପରୀକ୍ଷା କରାଯାଇ ନାହିଁ । ଖୁବ୍‌ଶୀଘ୍ର ତାଙ୍କ ନମୂନା ମଧ୍ୟ ପରୀକ୍ଷା କରାଯିବ । ଆମିର ଟ୍ୱିଟ୍ କରି ତାଙ୍କ ମା’ଙ୍କ ପାଇଁ ପ୍ରାର୍ଥନା କରିବା ଲାଗି ତାଙ୍କ ପ୍ରଶଂସକମାନଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.