Latest Odisha News

BREAKING NEWS

କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ରାଜଧାନୀରେ ଆପ୍‌ର ଦିନିକିଆ ଅନଶନ

ଭୁବନେଶ୍ୱର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ ପ୍ରତିବାଦରେ ସାରା ଦେଶରେ ଆମ୍ ଆଦ୍‌ମୀ ପାର୍ଟିର ଏକଦିବସୀୟ ଉପବାସ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଭୁବନେଶ୍ୱରଠାରେ କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ଏକଦିବସୀୟ ଅନଶନ କରାଯାଇଛି। ମିଥ୍ୟ ଆରୋପରେ ଯେଉଁ ଭଳି ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରାଯାଇଛି, ତାହାର ପ୍ରତିବାଦରେ ଆଜି ସାରା ଦେଶରେ ଆମ୍ ଆଦ୍‌ମୀ ପାର୍ଟି, ଏକଦିବସୀୟ ଅନଶନ କାର୍ଯ୍ୟକ୍ରମ ରଖିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ରାଜଧାନୀ ଭୁବେନେଶ୍ବର ସ୍ଥିତ ଧାରଣା ସ୍ଥଳଠାରେ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଶହ ଶହ କାର୍ଯ୍ୟକର୍ତ୍ତା ଏକଦିବସୀୟ ଉପବାସ ରଖିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୧ ତାରିଖରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜରିୱାଲଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା। ନିର୍ବାଚନ ପୂର୍ବରୁ ଏହି ଗିରଫଦାରୀ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଅଭିଯୋଗରେ ଗତ ଦୁଇ ବର୍ଷ ଧରି ଇଡି ଦ୍ଵାରା ଯାଞ୍ଚ ଚାଲିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆପ୍‌ର କୌଣସି ନେତା କିମ୍ବା ଅରବିନ୍ଦ କେଜରିୱାଲଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ। ସରଥ ଚନ୍ଦ୍ର ରେଡି ନାମକ ଜଣେ ବ୍ୟବସାୟୀଙ୍କ ବୟାନ ଭିତ୍ତିରେ ଏହି ଗିରଫ ହୋଇଛି। ଯାହାଙ୍କୁ କଥିତ ମଦ ଦୁର୍ନୀତିର ମୂଳ ବୋଲି ଇଡି ଗିରଫ କରିଥିଲା। ଗିରଫ ବେଳେ ସେ ମଦ ଦୁର୍ନୀତି ହୋଇନଥିବା, ସେ କେଜରିୱାଲଙ୍କୁ ଭେଟି ନଥିବା ଏବଂ କୌଣସି ଲାଞ୍ଚ ଦେଇନଥିବା ବାରମ୍ବାର କହିଥିଲା। ମାତ୍ର ଇଡିର ଚାପରେ ଜେଲ୍‌ରେ କିଛି ମାସ ରହିଲା ପରେ ସେ କେଜରିୱାଲଙ୍କ ବିରୋଧରେ ମନ୍ତବ୍ୟ ଦେଲେ ଏବଂ ତୁରନ୍ତ ତାଙ୍କ ଜାମିନକୁ ଇଡି ବିରୋଧ ନକରିବାରୁ ସେ ଜେଲ୍‌ରୁ ମୁକ୍ତ ହେଲେ। ପରବର୍ତ୍ତୀ ସମୟରେ ଇଡି ତାଙ୍କୁ ରାଜ ସାକ୍ଷୀ କରିଥିଲା। ନିର୍ବାଚନ ବଣ୍ଡ ମାଧ୍ୟମରେ ରେଡ୍ଡୀ ବିଜେପିକୁ ୬୦ କୋଟି ଟଙ୍କାର ଚାନ୍ଦା ଦେଇଥିବାର ମଧ୍ୟ ଏବେ ଜଣା ପଡ଼ିଛି।

ନିର୍ବାଚନ ବଣ୍ଡର ଖୁଲସା ପରେ ସମ୍ପୂର୍ଣ୍ଣ ଟଙ୍କା କାରବାର ଚେର ବିଜେପି ଆଡ଼କୁ ଯାଉଥିଲା ବେଳେ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିବା ଗଣତନ୍ତ୍ର ପ୍ରତି ଉପହାସ । ନିର୍ବାଚନ ପୂର୍ବରୁ ସମସ୍ତ ବିରୋଧୀ ଦଳ ଉପରେ ଇଡି ଏବଂ ସିବିଆଇର ଚଢାଉ, ଆଜି ମୁକ୍ତ ଏବଂ ଅବାଧ ନିର୍ବାଚନ ହେବା ନେଇ ସଂଶୟ ସୃଷ୍ଟି କରିଛି। ଯେଉଁ ଗଣତନ୍ତ୍ରକୁ ପାଇବା ପାଇଁ ଦେଶ ଦୀର୍ଘଦିନ ଧରି ସଂଗ୍ରାମ କରିଥିଲା ସେହି ଗଣତନ୍ତ୍ରକୁ ବିଜେପି, ମୋଦୀ ଏବଂ ଶାହାଙ୍କ ନେତୃତ୍ୱରେ ହତ୍ୟା କରିବାକୁ ବସିଛି। ଦେଶକୁ ବିରୋଧୀ ଶୂନ୍ୟ କରି ସମସ୍ତ କ୍ଷମତା ନିଜ ପାଖରେ କେନ୍ଦ୍ରୀଭୂତ କରିବାକୁ ଯାଉଛନ୍ତି। ଦେଶରେ ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ବିରୋଧୀ ଦଳର ନେତା ମାନଙ୍କ ବିରୋଧରେ ଇଡି ସିବିଆଇ ଲଗାଇ ଭୟଭୀତ କରାଯାଉଛି ବୋଲି କହିଛନ୍ତି ଆପ‌ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ।

ଗଣତନ୍ତ୍ରର ସୁରକ୍ଷା ଏବଂ ଅରବିନ୍ଦ କେଜରିୱାଲଙ୍କ ଗିରଫ ପ୍ରତିବାଦରେ ସାରା ରାଜ୍ୟରେ ଆଜି ଆମ୍ ଆଦ୍‌ମୀ ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ଏକ ଦିବସୀୟ ଉପବାସ କରୁଛନ୍ତି। ରାଜ୍ୟ ରାଜଧାନୀ ଭୁବେନେଶ୍ବର ସ୍ଥିତ ଧାରଣାସ୍ଥଳ ଠାରେ ଆପ୍ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଶହ ଶହ କର୍ମୀ ଏହି ଉପବାସରେ ସାମିଲ ହୋଇଛନ୍ତି। ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରାଯାଇପାରେ ମାତ୍ର ତାଙ୍କ ବିଚାରଧାରାକୁ ଗିରଫ କରାଯାଇ ପାରିବ ନାହିଁ ବୋଲି ଆପ୍ ଓଡ଼ିଶାର ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି । ରାଜ୍ୟ ସଭାପତିଙ୍କ ସହ ଅନ୍ୟ ମାନଙ୍କ ମଧ୍ୟରେ ଜୟସୂର୍ଯ୍ୟ କାନୁନଗୋ, ସୁନିଲ ଷଡଙ୍ଗୀ, ଦୂର୍ଗା ଚରଣ ପରିଡା, ସଞ୍ଜୀବ ମହାନ୍ତି, ମନୋଜ କୁମାର ମହାନ୍ତି ଏବଂ ସଂଦୀପ୍ତ ଦାସ ପ୍ରଭୃତି ଉପସ୍ଥିତ ଥିଲେ ।

Comments are closed.