Latest Odisha News

BREAKING NEWS

ଆପ୍ ପାଇଁ ପୁଣି ସିବିଆଇ ଅଡୁଆ! ଉପ ରାଜ୍ୟପାଳଙ୍କୁ ଦୋଷ ଦେଲା ଆପ୍

ନୂଆ ଦିଲ୍ଲୀ: ପୁଣି ଦିଲ୍ଲୀରେ ଆପ୍ ସରକାର ନାମରେ ଆସିଛି ଦୁର୍ନୀତି ଅଭିଯୋଗ । କେଜରିଓ୍ବାଲ ସରକାରଙ୍କ ଆଉ ଏକ ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ହେବ ବୋଲି ଉପରାଜ୍ୟପାଳ ତଦନ୍ତ ଦେବା ପରେ ଏବେ ଦୁର୍ନୀତି କୁ ନେଇ ବିଜେପି ଏବଂ ଆପ ମଧ୍ୟରେ କଥାକଟି ଆରମ୍ଭ ହୋଇଯାଇଛି ।

ଏହାକୁ ନେଇ ଆପ୍ ନେତା ସୈାରଭ ଭରଦ୍ୱାଜଙ୍କ ବିଜେପି ଉପରେ ବର୍ଷିଛନ୍ତି ।  ସେ କହିଛନ୍ତି ଯେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି କେ ସାକ୍ସେନା ନିଜ ଦିଲ୍ଲୀ ସରକାରଙ୍କ ବିରୋଧରେ ପ୍ରତିଦିନ ସକାଳେ ଗଣମାଧ୍ୟମକୁ ଖବର ଦେଉଛନ୍ତି। ନିଜ ସରକାର ବିରୋଧରେ ଏପରି ଉପରାଜ୍ୟପାଳ କରିବା ଠିକ୍ ନୁହେଁ, ଏହା ସମ୍ବିଧାନ ବିରୋଧୀ ।

ଆପ୍ ନେତା ତଥା ବିଧାୟକ ଦୁର୍ଗେଶ ପାଠକ କହିଛନ୍ତି ଉପରାଜ୍ୟପାଳ ବିଜେପିକୁ ଫାଇଦା ପହଁଚାଇବା ପାଇଁ  ନିଜ ସରକାର ବିରୋଧରେ ଏହା ବାରମ୍ବାର  କରୁଛନ୍ତି। ସେ ଆହୁରି କହିଛନ୍ତି ଯେ  ଉପରାଜ୍ୟପାଳ ଯେତେବେଳେ କେଭିଆଇସିର  ଚେୟାରମ୍ୟାନ୍ ଥିଲେ ସେତେବେଳେ ପୁରୁଣା ନୋଟକୁ ନୂତନ ନୋଟରେ ରୂପାନ୍ତର କରିଥିଲେ ।   ଭି.କେ ସାକ୍ସେନାଙ୍କ ଅଧ୍ୟକ୍ଷ ଥିବାବେଳେ, ଖାଦି ଗ୍ରାମ ଇଣ୍ଡଷ୍ଟ୍ରିଜ୍ ର 4.55 ଲକ୍ଷ କାରିଗରଙ୍କ ମଧ୍ୟରୁ କେବଳ 1.95 ଜଣଙ୍କୁ ଆକାଉଣ୍ଟରେ ଟଙ୍କା  ଦିଆଯାଇଥିଲା, ଅବଶିଷ୍ଟଙ୍କୁ ନଗଦ ଅର୍ଥ ଦିଆଯାଇଥିଲା ଏବଂ ଅପବ୍ୟବହାର କରାଯାଇଥିବା ଅଭିଯୋଗ ରହିଛି। ତେବେ ଉପରାଜ୍ୟପାଳ ଆପ ଉପରେ ଜାଣିଶୁଣି ସିବିଆଇ ତଦନ୍ତ ଆଦେଶ ଦେଇଛନ୍ତି । ଦିଲ୍ଲୀ  ସରକାରଙ୍କୁ ଉପରାଜ୍ୟପାଳ ଜାଣିଶୁଣି ବଦନାମ କରିବା ପାଇଁ ଏପରି ସିବିଆଇ ଆଦେଶ ଦେଇଥିବା ସେ ଅଭିଯୋଗ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଦିଲ୍ଲୀ ପରିବହନ ନିଗମ’ (ଡିଟିସି) ପାଇଁ ୧୦୦୦ଟି ‘ଲୋ-ଫ୍ଲୋର୍‌’ ବ‌ସ୍‌ କିଣା ବେଳେ ଦୁର୍ନୀତି ହୋଇଛି ବୋଲି ଆସିଥିବା ଅଭିଯୋଗକୁ ‘ସିବିଆଇ’କୁ ପଠାଇବା ପାଇଁ ମୁଖ୍ୟ ଶାସନ ସଚିବ ନରେଶ କୁମାର ପୂର୍ବରୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ଦିଲ୍ଲୀର ଉପରାଜ୍ୟପାଳ ଭି.କେ. ସାକ୍‌ସେନା ଅନୁମୋଦନ କରିବା ପରେ ଏବେ ଏହି ମାମଲାର ତଦନ୍ତ ସିବିଆଇ କରିବ ବୋଲି ସୂଚନା ମିଳିଛି ।

ବସ୍‌ କିଣା ଦୁର୍ନୀତିକୁ ନେଇ ବିଜେପି ଅନେକ ଦିନରୁ ଅଭିଯୋଗ କରିଆସୁଛି ।  ପରେ ଏହାକୁ ଉପରାଜ୍ୟପାଳ ଗ୍ରହଣ କରିଛନ୍ତି । ଦୁର୍ନୀତି କରିବାରେ ସୁବିଧା ହେବା ନିମନ୍ତେ କିଛି ନିୟମ ପରିବର୍ତ୍ତନ କରିଥିଲେ କେଜରିଓ୍ବାଲଙ୍କ ସରକାର  । ସେହି ପରିବର୍ତ୍ତନ ହିଁ ଦୁର୍ନୀତି କରିବା ପାଇଁ କରାଯାଇଥିବା ଅଭିଯୋଗ ହୋଇଛି ।

Comments are closed.