Latest Odisha News

BREAKING NEWS

କର୍ଣ୍ଣାଟକରେ ଆପକୁ ବଡ ଝଟକା: ଦଳ ଛାଡି ବିଜେପିରେ ସାମିଲ ହେଲେ ପୂର୍ବତନ କମିଶନର

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ବା ଆପକୁ ବଡ ଝଟକା ଲାଗିଛି । ବେଙ୍ଗାଲୁରୁର ପୂର୍ବତନ ପୋଲିସ କମିଶନର ଭାସ୍କର ରାଓ ଆଜି ଆପ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଭାସ୍କର ରାଓ ଗତକାଲି (ମଙ୍ଗଳବାର) କର୍ଣ୍ଣାଟକ ରାଜସ୍ୱ ମନ୍ତ୍ରୀ ଆର ଅଶୋକ ଓ କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପିର ସହ-ପ୍ରଭାରୀ ତଥା କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଏହାପରେ ଅନୁମାନ କରାଯାଉଥିଲା ଯେ ସେ କିଛି ବଡ ନିଷ୍ପତ୍ତି ନେଇପାରନ୍ତି । ଆଉ ଆଜି ସେ ବିଜେପିରେ ଯୋଗ ଦେଇଛନ୍ତି । ଭାସ୍କର ରାଓ ୧୧ ମାସ ତଳେ ଆପରେ ସାମିଲ ହୋଇଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖୋଦ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଥିଲେ ।

ଭାସ୍କରଙ୍କୁ ଆପ ବଡ ଦାୟିତ୍ୱ ମଧ୍ୟ ଦେଇଥିଲା । ତାଙ୍କୁ ଇସ୍ତାହାର କମିଟିର ଅଧ୍ୟକ୍ଷ କରାଯାଇଥିଲା । ସେତେବେଳେ ଭାସ୍କର କହିଥିଲେ ଯେ ୩୨ ବର୍ଷ ଧରି ମୁଁ ପୁଲିସ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲି । ଏହି ସମୟ ମଧ୍ୟରେ ମୁଁ ସମସ୍ତ ରାଜନୈତିକ ଦଳଙ୍କ ସ୍ଥିତି ଦେଖିଥିଲି । କିନ୍ତୁ ଦିଲ୍ଲୀର ସରକାରୀ ବିଦ୍ୟାଳୟ ଓ ମୋହଲ୍ଲା କ୍ଲିନିକ ଦେଖି ନିଷ୍ପତ୍ତି ନେଇଥିଲି ଯେ ଆପରେ ଯୋଗ ଦେବି। ତେବେ ଭାସ୍କରଙ୍କ ଦଳ ପରିବର୍ତ୍ତନ ଆପ ପାଇଁ ଏକ ବଡ ଝଟକା ବୋଲି କୁହାଯାଉଛି । କାରଣ ଦଳ ପ୍ରଥମ ଥର ପାଇଁ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଛି |

Comments are closed.