ନୂଆଦିଲ୍ଲୀ: ଆମଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀଙ୍କୁ ଆଜି ଏମ୍ସ ସୁରକ୍ଷା ବ୍ୟବସ୍ଥାରେ ଥିବା କର୍ମଚାରୀଙ୍କୁ ମାଡ ମାରିବା ଅଭିଯୋଗରେ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ୨୦୧୬ରେ ଏଥିନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଦିଲ୍ଲୀର ଆଡିଶନାଲ ମେଟ୍ରୋପଲିଟାଂଟ ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାର ପାଣ୍ଡେ ସୋମନାଥଙ୍କୁ ୨ବର୍ଷ ଜେଲଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ କହିଛନ୍ତି ।
ସୋମନାଥ ୩୦୦ ଲୋକଙ୍କ ସହ ଏମ୍ସର ଏକ ପାଚେରୀ ଜେସିବି ଦ୍ୱାରା ଭାଙ୍ଗି ଦେଇଥିଲେ । ଏହାକୁ ଉପରୋକ୍ତ କର୍ମଚାରୀ ବିରୋଧ କରିବାରୁ ସୋମନାଥ ତାଙ୍କୁ ମାରିଥିଲେ ।
Comments are closed.