ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ବିଧାୟିକା ଅତିଶୀ ବୁଧବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଆଇଏଏନଏସରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି ।
ଅଧିକ ପଢନ୍ତୁ: ପତଞ୍ଜଳିର ‘କରୋନିଲ୍’ ଭଲ କରୁଛି କରୋନା ରୋଗ !
ଦକ୍ଷିଣ ଦିଲ୍ଲୀର କାଲକାଜୀ ବିଧାନସଭା କ୍ଷେତ୍ରରେ ଏହି ୩୯ ବର୍ଷିୟା ବିଧାୟିକା ପ୍ରତିନିଧିତ୍ୱ କରୁଛନ୍ତି । ଏବେ ସେ ଘରେ କ୍ୱାରେଣ୍ଟାଇନରେ ରହୁଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦର୍ ଜୈନ ଜ୍ୱର ସହିତ ଶ୍ୱାସଜନିତ ପୀଡ଼ା ଅନୁଭବ କରିଥିଲେ । ପରେ ସେ ପରୀକ୍ଷା କରିବା ପରେ କରୋନା ନେଗେଟିଭ୍ ଚିହ୍ନଟ ହୋଇଥିଲେ । ଏବେ ଆଉଥରେ ସେ କରୋନା ଟେଷ୍ଟ୍ କରିବାକୁ ଯାଉଛନ୍ତି ବୋଲି ଜଣାପଡ଼ିଛି ।
ଅଧିକ ପଢନ୍ତୁ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି, କରୋନା ଆଶଙ୍କା !
ସେହିପରି ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କର କରୋନା ପରୀକ୍ଷା ହୋଇଥିଲା । ଅବଶ୍ୟ ପରୀକ୍ଷାରେ ଭୂତାଣୁ ନେଗେଟିଭ୍ ଜଣାପଡ଼ିଥିଲା ।
Comments are closed.