ଭୁବନେଶ୍ୱର: ୨୫ ବର୍ଷରେ ଏମିତି ଶାସନ ! ୫୦ ଲକ୍ଷ ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ସ୍କୁଲ ଘର ଚିକଚିକ ହୋଇଛି । କିନ୍ତୁ ସ୍କୁଲରେ ପିଲା ନାହାନ୍ତି । ଯେତିକି ପିଲା ଅଛନ୍ତି ଜଣା ଶିକ୍ଷକ । ତେଣୁ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ । ସ୍ୱାସ୍ଥ୍ୟ ସେବା ସ୍ଥିତି ଆହୁରି ଦୁଃଖଦାୟକ । ରାଜ୍ୟରେ ବ୍ୟୁରୋକ୍ରାଟ ଶାସନ ଚାଳିଛି । ଲୋକ ଭୋଟ ଦେଇ ବିଧାୟକ ବାଛଛନ୍ତି । ହେଲେ ଶାସନ କରୁଛନ୍ତି ଜଣେ କ୍ୟାବିନେଟ ପାହ୍ୟା ପାଇଥିବା ଜଣେ ଅବସର ଆଏଏଏସ । ଏମତି କହି ରାଜ୍ୟ ସରକାରଙ୍କ ଉପରେ ଆଜି ବର୍ଷିଛନ୍ତି ଦିଲ୍ଲୀ କ୍ୟାଣ୍ଟ ନିର୍ବାଚନମଣ୍ଡଳୀର ଆପ ବିଧାୟକ ବୀରେନ୍ଦର ସିଂ କାଡିଆନ ।
୪ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ପ୍ରଭାରୀ କାଡିଆନ ଗତ ୨୬ ତାରିଖ ଭୁବନେଶ୍ୱରରେ ପହଞ୍ଚିଥିଲେ । ପୁରୀ ଗସ୍ତ କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପୁରୀ, ଭୁବନେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡା, ଗଞ୍ଜାମ ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଥିଲେ ।
ଆଜି ଶେଷ ଦିନରେ ଭୁବନେଶ୍ୱର କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସରକାରକୁ କଡା ସମାଲୋଚନା କରିଥିଲେ । ସେ କହିଥିଲେ, ବେରୋଜଗାରୀ ବଢୁଛି । ୫୦ ଲକ୍ଷ ଲୋକ ଦାଦନ ଖଟିବାକୁ ଗଲେଣି । ଅଧିକାଂଶ ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ୭ ହଜାର ସ୍କୁଲରେ ତାଲା ପଡିଛି । ଲୋକଙ୍କ ପାଖରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ପରି ମୌଳିକ ସୁବିଧା ପହଞ୍ଚି ପାରିନାହିଁ । ଖଣି ଦୁର୍ନୀତି, ଡାଲି ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତିରେ ସରକାର ବୁଡି ରହିଛନ୍ତି । ଏସବୁ ସମସ୍ୟାକୁ ନେଇ ଆପ ଲୋକଙ୍କ ଘରକୁ ଯିବ । ଲୋକଙ୍କୁ ସଚେତନ କରିବ ବୋଲି କହିଛନ୍ତି କାଡିଆନ ।
ଓଡ଼ିଶାରେ ଅମଲାତନ୍ତ୍ରୀମାନଙ୍କ ଦ୍ୱାରା ଶାସନ ପରିଚାଳିତ ହେଉଛି । ନିର୍ବାଚିତ ପ୍ରତିନିଧିମାନଙ୍କୁ ଉପେକ୍ଷା କରାଯାଉଛି । ଏହା ଲୋକତନ୍ତ୍ରର ବିରୋଧୀ ବୋଲି କହିଛନ୍ତି କାଡିଆନ । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଯୋଗ ଦେଇ ୨୦୨୪ ନିର୍ବାଚନରେ ଦିଲ୍ଲୀ ଓ ପଞ୍ଜାବ ପରି ଓଡ଼ିଶାରେ ଆମ ଆଦମୀ ପାର୍ଟି ସଫଳତା ହାସଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।
BREAKING NEWS
- Sabyasachi and Archita:ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଆସିଲା ଖୁସି ଖବର
- India Brazil Relations: ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ଖୁବ୍ଶୀଘ୍ର ଭାରତ ଗସ୍ତରେ ଆସିବେ…
- ଆସ୍ଥା ହରାଇଲେ ଗୁଡ଼ାରି ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀ ଶବର, ଅନାସ୍ଥା ସପକ୍ଷରେ ୧୬ ସଦସ୍ୟ
- ସନ୍ତୋଷ ଟ୍ରଫି ଫୁଟବଲ: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମେଘାଳୟଠାରୁ ହାରିଲା ଓଡିଶା
- ଟ୍ରମ୍ପଙ୍କ ‘ଶାନ୍ତି ବୋର୍ଡ’; କାହିଁକି ଦୂରେଇଲା ଭାରତ…
- ୨୦୩୬ ସୁଦ୍ଧା ୯୦ପ୍ରତିଶତ ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ
- କ୍ରୋଏସିଆ ଭାରତୀୟ ଦୂତାବାସରେ ଭଙ୍ଗାରୁଜା; ନିନ୍ଦା କଲା ମନ୍ତ୍ରଣାଳୟ…
- ଓସ୍କାର ୨୦୨୬ ରେସରୁ ବାଦ ପଡିଲା ହୋମବାଉଣ୍ଡ
- ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସରସ୍ଵତୀ ପୂଜା ହେବ, ନମାଜ ମଧ୍ୟ ପଢ଼ାଯିବ…
- Republic Day 2026: ଗଣତନ୍ତ୍ର ଦିବସ ପ୍ୟାରେଡ୍ ଓ ରିହର୍ସଲ ଲାଗି ଟ୍ରାଫିକ କଟକଣା…
Comments are closed.