ଭୁବନେଶ୍ୱର: ୨୫ ବର୍ଷରେ ଏମିତି ଶାସନ ! ୫୦ ଲକ୍ଷ ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ସ୍କୁଲ ଘର ଚିକଚିକ ହୋଇଛି । କିନ୍ତୁ ସ୍କୁଲରେ ପିଲା ନାହାନ୍ତି । ଯେତିକି ପିଲା ଅଛନ୍ତି ଜଣା ଶିକ୍ଷକ । ତେଣୁ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ । ସ୍ୱାସ୍ଥ୍ୟ ସେବା ସ୍ଥିତି ଆହୁରି ଦୁଃଖଦାୟକ । ରାଜ୍ୟରେ ବ୍ୟୁରୋକ୍ରାଟ ଶାସନ ଚାଳିଛି । ଲୋକ ଭୋଟ ଦେଇ ବିଧାୟକ ବାଛଛନ୍ତି । ହେଲେ ଶାସନ କରୁଛନ୍ତି ଜଣେ କ୍ୟାବିନେଟ ପାହ୍ୟା ପାଇଥିବା ଜଣେ ଅବସର ଆଏଏଏସ । ଏମତି କହି ରାଜ୍ୟ ସରକାରଙ୍କ ଉପରେ ଆଜି ବର୍ଷିଛନ୍ତି ଦିଲ୍ଲୀ କ୍ୟାଣ୍ଟ ନିର୍ବାଚନମଣ୍ଡଳୀର ଆପ ବିଧାୟକ ବୀରେନ୍ଦର ସିଂ କାଡିଆନ ।
୪ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ପ୍ରଭାରୀ କାଡିଆନ ଗତ ୨୬ ତାରିଖ ଭୁବନେଶ୍ୱରରେ ପହଞ୍ଚିଥିଲେ । ପୁରୀ ଗସ୍ତ କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପୁରୀ, ଭୁବନେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡା, ଗଞ୍ଜାମ ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଥିଲେ ।
ଆଜି ଶେଷ ଦିନରେ ଭୁବନେଶ୍ୱର କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସରକାରକୁ କଡା ସମାଲୋଚନା କରିଥିଲେ । ସେ କହିଥିଲେ, ବେରୋଜଗାରୀ ବଢୁଛି । ୫୦ ଲକ୍ଷ ଲୋକ ଦାଦନ ଖଟିବାକୁ ଗଲେଣି । ଅଧିକାଂଶ ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ୭ ହଜାର ସ୍କୁଲରେ ତାଲା ପଡିଛି । ଲୋକଙ୍କ ପାଖରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ପରି ମୌଳିକ ସୁବିଧା ପହଞ୍ଚି ପାରିନାହିଁ । ଖଣି ଦୁର୍ନୀତି, ଡାଲି ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତିରେ ସରକାର ବୁଡି ରହିଛନ୍ତି । ଏସବୁ ସମସ୍ୟାକୁ ନେଇ ଆପ ଲୋକଙ୍କ ଘରକୁ ଯିବ । ଲୋକଙ୍କୁ ସଚେତନ କରିବ ବୋଲି କହିଛନ୍ତି କାଡିଆନ ।
ଓଡ଼ିଶାରେ ଅମଲାତନ୍ତ୍ରୀମାନଙ୍କ ଦ୍ୱାରା ଶାସନ ପରିଚାଳିତ ହେଉଛି । ନିର୍ବାଚିତ ପ୍ରତିନିଧିମାନଙ୍କୁ ଉପେକ୍ଷା କରାଯାଉଛି । ଏହା ଲୋକତନ୍ତ୍ରର ବିରୋଧୀ ବୋଲି କହିଛନ୍ତି କାଡିଆନ । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଯୋଗ ଦେଇ ୨୦୨୪ ନିର୍ବାଚନରେ ଦିଲ୍ଲୀ ଓ ପଞ୍ଜାବ ପରି ଓଡ଼ିଶାରେ ଆମ ଆଦମୀ ପାର୍ଟି ସଫଳତା ହାସଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।
BREAKING NEWS
- Maritime Security:ସମୁଦ୍ର ଡକାୟତି ଓ ଆତଙ୍କବାଦ ବିରୋଧରେ ଭାରତ ଓ ସୋମାଲିଆ ଏକଜୁଟ; ସାମୁଦ୍ରିକ ସୁରକ୍ଷା ନେଇ ଆଲୋଚନା
- ଡାକ୍ତର ଭୂମିକାରେ ନଜର ଆସିବେ ସୂର୍ଯ୍ୟା, ‘ଜୟ ଭୀମ୍’ ପରେ ପୁଣି ଟିଜେ ଗନାନବେଲଙ୍କ ସହ କରିବେ କାମ
- ଆଇସିସିର ବଡ଼ ନିଷ୍ପତ୍ତି: ଭାରତରେ ଖେଳାଯିବ ୨୦୨୯ ଚାମ୍ପିୟନ୍ସ ଟ୍ରଫି, ୨୦୩୧ ବିଶ୍ୱକପ୍
- କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର,ସୁରକ୍ଷାକର୍ମୀଙ୍କୁ ମାଡ଼;ଅଭିଯୁକ୍ତଙ୍କୁ ଉଠାଇ ନେଲା ପୋଲିସ
- ‘ପଞ୍ଚାୟତ ସିଜିନ୍-୫’କୁ ଅପେକ୍ଷା କରିଥିବା ଦର୍ଶକଙ୍କୁ ନିରାଶ କଲେ ନିର୍ମାତା…
- ‘ସାହିତ୍ୟ ଓ ଆମେ’ ବିଷୟକୁ ନେଇ ସାହିତ୍ୟ ଚର୍ଚ୍ଚା, ଟେକନୋଲୋଜିର ବ୍ୟବହାର ସହ ବହି ପଢ଼ିବାକୁ ପରାମର୍ଶ
- ଗମ୍ଭୀରଙ୍କ ବୟାନକୁ ନେଇ ଜୋର ଧରିଲା ଚର୍ଚ୍ଚା, ଟାର୍ଗେଟରେ ରୋହିତ-କୋହଲି କି ?
- ଅଖିଳ ଭାରତୀୟ ଆଦିବାସୀ ଲେଖକ ସମ୍ମିଳନୀ ଉଦଘାଟିତ;ବିଭିନ୍ନ ପ୍ରାନ୍ତରୁ ଆଦିବାସୀ ଭାଷାର ଲେଖକଙ୍କ ଅଂଶଗ୍ରହଣ
- ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ଅବସରରେ ମାଲକାନଗିରିକୁ ୧୬୧ କୋଟିର ପ୍ରକଳ୍ପ ଭେଟି
- ୪୯ ବର୍ଷ ପରେ ବି ପ୍ରଥମ ବ୍ୟାଟ୍କୁ ସାଇତି ରଖିଛନ୍ତି ସଚିନ ତେନ୍ଦୁଲକର; ଡେବ୍ୟୁ ଦିନରେ ପିଲାଦିନର ସ୍ମୃତି କଲେ ତାଜା
Comments are closed.