ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଖୁମ୍ପିଲା କାଉ। ମୌସୁମୀ ଅଧିବେଶନରେ ଯୋଗଦେବା ପାଇଁ ସେ ସଂସଦରେ ପହଞ୍ଚିଥିଲେ। ଏହି ସମୟରେ ଆକାଶରେ ଉଡୁଥିବା କାଉଟି ରାଘବଙ୍କ ମୁଣ୍ଡକୁ ଖୁମ୍ପିଥିବା ଦେଖିବାକୁ ମିଳିଛି। ଆଉ ସେହି ସମୟର ଘଟଣା କ୍ୟାମେରାରେ କଏଦ ହୋଇଛି। ଯାହାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି| ଯେଉଁଥିରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, କାଉ କିପରି ତାଙ୍କୁ ଆକ୍ରମଣ କରିଥିଲା ଏବଂ ସେ ମଧ୍ୟ ଏହାକୁ ଏଡ଼ାଇବାକୁ ଚେଷ୍ଟା କରୁଛନ୍ତି |
झूठ बोले कौवा काटे ?
आज तक सिर्फ सुना था, आज देख भी लिया कौवे ने झूठे को काटा ! pic.twitter.com/W5pPc3Ouab
— BJP Delhi (@BJP4Delhi) July 26, 2023
ଏହି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଜେପି ମଧ୍ୟ କିଛି ଫଟୋ ସେୟାର କରି ରାଘବଙ୍କୁ ସମାଲୋଚନା କରିଛି। ଦିଲ୍ଲୀ ବିଜେପିର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଫଟୋ ସେୟାର କରି ଲେଖାଯାଇଛି ଯେ ମିଛ କହିଥିବାରୁ ଆଜି କାଉ ଖୁମ୍ପିଲା। ପୂର୍ବରୁ ଝୁଟ ବୋଲେ କଉଆ କାଟେର ଗୀତ ଥିଲା ଏବେ କିନ୍ତୁ ସତ ପ୍ରମାଣିତ ହୋଇଛି ବୋଲି ଟ୍ବିଟରେ ଉଲ୍ଲେଖ ରହିଛି। ଏହି ଫଟୋକୁ ବିଭିନ୍ନ ୟୁଜର ଅପଲୋଡ କରିଛନ୍ତି। ଯେଉଁଥିରେ ନାନା ମୁନି ନାନା ମତ ରଖିଛନ୍ତି।
ରାଘବ ଚଢା ଆମ୍ ଆଦମୀ ପାର୍ଟିର ସାଂସଦ। ମଣିପୁର ପ୍ରସଙ୍ଗରେ ସେ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏଥି ସହିତ ସେମାନେ ମଧ୍ୟ ଦିଲ୍ଲୀରେ ପ୍ରଶାସନିକ ସେବା ଉପରେ ନିୟନ୍ତ୍ରଣ ସହ ଜଡିତ କେନ୍ଦ୍ର ସରକାରଙ୍କ ନିୟମକୁ ବଦଳାଇବାକୁ ଏହି ବିଲ୍କୁ ବିରୋଧ କରୁଛନ୍ତି। ସେମାନେ କହିଛନ୍ତି ଯେ ସଂସଦର ଉପର ଗୃହରେ ଏହି ବିଲ୍ ଆଗତ ହେବାକୁ ଦିଆଯିବ ନାହିଁ। ରାଘବ ନିକଟରେ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କୁ ବିବାହ କରିବାକୁ ଯାଉଛନ୍ତି।
Comments are closed.