Latest Odisha News

‘ଇଣ୍ଡିଆ’ ବୈଠକରେ ସାମିଲ ହେବ ଆପ୍

ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ଇଣ୍ଡିଆ (I.N.D.I.A)ର ବୈଠକରେ ଆମ୍ ଆଦମୀ ପାର୍ଟି ଅଂଶଗ୍ରହଣ କରିବ। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଶ୍ଚିତ କରିଛନ୍ତି।

ଏହି ବୈଠକ ୩୧ ଅଗଷ୍ଟ ଏବଂ ୧ ସେପ୍ଟେମ୍ବର ମୁମ୍ବାଇରେ ଅନୁଷ୍ଠିତ ହେବ। ଅନେକ ପ୍ରସଙ୍ଗରେ ଅରବିନ୍ଦ କେଜ୍ରିୱାଲ ଏବଂ କଂଗ୍ରେସ ମଧ୍ୟରେ ମତଭେଦ ଦେଖିବା ପରେ ସେ ଏହି ସଭାରେ ଯୋଗଦେବେ କି ନାହିଁ ସନ୍ଦେହ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ କେଜ୍ରିୱାଲ ଏହି ବୈଠକରେ ସାମିଲ ହେବେ।

୨୬ ରୁ ଅଧିକ ରାଜନୈତିକ ଦଳର ପ୍ରାୟ ୮୦ ନେତା ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆର ତୃତୀୟ ବୈଠକରେ ଯୋଗ ଦେବେ ବୋଲି ଆଶା କରାଯାଉଛି। ସମ୍ପ୍ରତିରେ ୨୬ ଟି ଦଳ ମିଳିତ ଗୋଷ୍ଠୀର ଅଂଶ ଏବଂ ଆଉ କିଛି ଦଳ ଦୁଇ ଦିନିଆ ବୈଠକରେ ଏହି ମିଳିତ ମଞ୍ଚରେ ଯୋଗଦେବାକୁ ଯାଉଛନ୍ତି। ଏହି ବୈଠକରେ ମିଳିତ ମଞ୍ଚର ଲୋଗୋ ଉନ୍ମୋଚିତ ହେବ ବୋଲି ଆଶା କରାଯାଉଛି।

Comments are closed.