Latest Odisha News

ଭାରତର ସବୁଠାରୁ ହ୍ୟାଣ୍ଡସମ୍ ଅଭିନେତା ଶାହାରୁଖ

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାନ l ତାଙ୍କର ଭାରତରେ ଯେତିକି ପ୍ରଶଂସକ ଭାରତ ବାହାରେ ମଧ୍ୟ ସେତିକି l ଆକ୍ସନ, ରୋମାନ୍ସରେ ଭରପୁର ଅନେକ ଚଳଚ୍ଚିତ୍ରରେ ସେ କାମ କରି ନିଜ ଚରିତ୍ରରେ ପ୍ରଶଂସକମାନଙ୍କୁ ମତୁଆଲା କରିଛନ୍ତି l ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବା ବେଳେ କେହି କେବେ ଭାବିନଥିଲେ ଯେ ବଲିଉଡରେ ଦିନେ ତାଙ୍କର ରାଜୁତି ଚାଲିବ l ସବୁବେଳେ ତାଙ୍କ ଘର ଆଗରେ ଲାଗିଥାଏ ପ୍ରଶଂସକଙ୍କ ଲମ୍ବା ଭିଡ l ବର୍ତମାନର ସମୟରେ ତାଙ୍କ ପରି ଜଣେ ଅଭିନେତା ବଲିଉଡରେ ସତେ ଯେମିତି ବିରଳ l ଦିନକୁ ଦିନ ଶାହାରୁଖଙ୍କ ବୟସ ଯେତେ ବଢୁଛି ସେ ସେତେ ଅଧିକ ହ୍ୟାଣ୍ଡସମ୍ ମଧ୍ୟ ଲାଗୁଛନ୍ତି l ଏବେ ସେ ଦୁନିଆର ସବୁଠାରୁ ହ୍ୟାଣ୍ଡସମ୍ ଅଭିନେତା ତାଲିକାରେ ମଧ୍ୟ ତାଙ୍କର ସ୍ଥାନ ତିଆରି କରିସାରିଲେଣି l

ଅଜ୍ଞା ହଁ, ଗତ 2023ରେ ତିନି ତିନିଟି ହିଟ ଫିଲ୍ମ ଦେଇ ପ୍ରଶଂସକଙ୍କ ମନରେ ଏକ ବିରାଟ ସ୍ଥାନ ତିଆରି କରିଥିଲେ ଶାହାରୁଖ ଖାନ l ତେବେ କହିରଖୁଛୁ ଯେ ଚଳିତବର୍ଷ ଶାହାରୁଖଙ୍କର କୌଣସି ଚଳଚ୍ଚିତ୍ର ରିଲିଜ ହେବ ନାହିଁ, ତଥାପି ସେ ଏବେ ଚର୍ଚ୍ଚାରେ l ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ବୈଜ୍ଞାନିକ ମାନେ ମଧ୍ୟ ଏହା କହିଛନ୍ତି ଯେ ଶାହାରୁଖ ଦୁନିଆର ସବୁଠାରୁ ହ୍ୟାଣ୍ଡସମ୍ ଅଭିନେତାମାନଙ୍କ ମଧ୍ୟରୁ ଜଣେ l ପ୍ରସିଦ୍ଧ ସେଲିବ୍ରିଟି ପ୍ଲାଷ୍ଟିକ୍ ସର୍ଜନ ଡାକ୍ତର ଜୁଲିଆନ୍ ଡି’ସିଲଭାଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଦୁନିଆର ସବୁଠାରୁ ହ୍ୟାଣ୍ଡସମ୍ ଅଭିନେତାଙ୍କ ମଧ୍ୟରୁ 10ମ ସ୍ଥାନରେ ଅଛନ୍ତି ଅଭିନେତା ଶାହାରୁଖ l

ଶାହାରୁଖ ଖାନ ଏହି ତାଲିକାରେ 10 ନମ୍ବର ଥିବା ବେଳେ ପ୍ରଥମ ସ୍ଥାନରେ ଅଛନ୍ତି ଆରୋନ ଟେଲର-ଜନସନ l ସେହିଭଳି ଦ୍ୱିତୀୟ ସ୍ଥାନରେ ଅଛନ୍ତି ଲୁସିଏନ୍ ଲାଭିସ୍କାଉଣ୍ଟ୍, ତୃତୀୟ ସ୍ଥାନରେ ପଲ୍ ମେସ୍କାଲ୍, ଚତୁର୍ଥ ସ୍ଥାନରେ ରୋବର୍ଟ ପାଟିସନ, ପଞ୍ଚମ ସ୍ଥାନରେ ଜ୍ୟାକ୍ ଲୋଏନ୍, ଷଷ୍ଠ ସ୍ଥାନରେ ଜର୍ଜ କ୍ଲୁନି, ସପ୍ତମ ସ୍ଥାନରେ ନିକୋଲାସ୍ ହୋଲ୍ଟ, ଅଷ୍ଟମ ସ୍ଥାନରେ ଚାର୍ଲ୍ସ ମେଲଟନ୍ ଏବଂ ନବମ ସ୍ଥାନରେ ଇଡ୍ରିସ୍ ଏଲବା ଅଛନ୍ତି । ତେବେ କହିରଖୁଛୁ ଯେ, ଶାହାରୁଖ ହେଉଛନ୍ତି ଏକମାତ୍ର ଭାରତୀୟ ଅଭିନେତା ଯିଏକି ଏହି ତାଲିକା ସ୍ଥାନ ପାଇଛନ୍ତି l ଆଧ୍ୟାନରେ ତାଙ୍କର 86.76 ପ୍ରତିଶତ ସ୍କୋର ଥିଲା।

Leave A Reply

Your email address will not be published.