ବମ୍ବେ: ମା’ ହେଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଆଶ୍କା ଗୋରାଡିଆ । ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଆଶ୍କାଙ୍କ ସ୍ୱାମୀ ବ୍ରେଣ୍ଟ ଗୋବେଲ ପୁଅର ପ୍ରଥମ ଝଲକ୍ ସହ ଫଟୋ ସେୟାର କରିଛନ୍ତି । ଏ ନେଇ ଜଣାପଡ଼ିବା ପରେ ଆଶ୍କାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।
ବ୍ରେଣ୍ଟ ଫଟୋ ସେୟାର କରି ଲେଖିଛନ୍ତି, ଆଜି ସକାଳ ୭.୪୫ରେ ବିଲିୟନ ଆଲେକ୍ସଜାଣ୍ଡର ଏହି ଦୁନିଆରେ ପାଦ ରଖିଛନ୍ତି । ଆମ ହୃଦୟରେ ସ୍ଥାନ ପାଇଛନ୍ତି । ଏବେ ମୁଁ ମୋ ଜୀବନ ଶେଷ ପର୍ଯ୍ୟନ୍ତ ଆଲେକ୍ସଙ୍କ ବାପା ହୋଇ ରହିବି । ଆଶ୍କା ତାଙ୍କୁ ଦୁନିଆକୁ ଆଣିଛନ୍ତି । ଏବେ ସେ ପିଲା ସହ ଆରାମ କରୁଛନ୍ତି । ଉଭୟ ମାଆ ଓ ପୁଅ ସୁସ୍ଥ ବି ଅଛନ୍ତି । ଆମ ହୃଦୟ ଏହାଠାରୁ ଅଧିକ ଖୁସି ଅନୁଭବ କେବେ କରି ନ ଥିଲା । ଏଭଳି ଭଲପାଇବାର ଅନୁଭବ କେବେ କରି ନ ଥିଲି । ଏବେଠାରୁ ଭଗବାନ ବୋଲି କେହି ଅଛନ୍ତି ପ୍ରମାଣ ରହିଲା ବୋଲି ସେ କହିଛନ୍ତି ।
Comments are closed.