Latest Odisha News

ଆଇସିସି ହଲ ଅଫ ଫେମରେ ନୀତୁ ଡେଭିଡ

ଦୁବାଇ: ଆଇସିସିର ହଲ ଅଫ ଫେମରେ ଭାରତର ପୂର୍ବତନ ମହିଳା କ୍ରିକେଟର ନୀତୁ ଡେଭିଡ ସାମିଲ ହୋଇଛନ୍ତି । ନୀତୁଙ୍କ ସମେତ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲର୍ସ ଓ ଇଂଲଣ୍ଡର ଆଲିଷ୍ଟର କୁକ ମଧ୍ୟ ହଲ ଅଫ ଫେମରେ ସାମିଲ ହୋଇଛନ୍ତି । ୧୧୩ତମ ସ୍ଥାନରେ କୁକ, ୧୧୪ ତମ ସ୍ଥାନରେ ଡେଭିଡ ଓ ୧୧୫ତମ ସ୍ଥାନରେ ଡିଭିଲର୍ସ ରହିଛନ୍ତି । ଟି୨୦ ବିଶ୍ୱକପ ୨୦୨୪ର ଫାଇନାଲ ମ୍ୟାଚ ଅବସରରେ ଖେଳାଳିମାନଙ୍କୁ ସମ୍ମାନୀତ କରାଯିବ । ୨୦୦୯ରେ ଆଇସିିସି ମହାନ ଖେଳାଳିଙ୍କ ସମ୍ମାନ ପାଇଁ ଏହା ଆରମ୍ଭ କରିଥିଲା । କୁକ ଇଂଲଣ୍ଡ ପକ୍ଷରୁ ୧୬୧ ଟେଷ୍ଟ, ୯୨ ଦିନିକିଆ ଓ ୪ଟି ଟି୨୦ ମ୍ୟାଚ ଖେଳିଛନ୍ତି ।

ସେହିପରି ବାମ ହାତୀ ସ୍ପିନର ଡେଭିଡ ଭାରତ ପକ୍ଷରୁ ୧୦୦ ୱିକେଟ ନେବାରେ ପ୍ରଥମ ମହିଳା ଖେଳାଳି ହୋଇଥିଲେ । ୨୦୦୫ ବିଶ୍ୱକପରେ ସେ ସର୍ବାଧିକ ୨୦ ୱିକେଟ ନେଇଥିଲେ । ଆଇସିସି ହଲ ଅଫ ଫେମରେ ସାମିଲ ହେବାକୁ ସମସ୍ତ କ୍ରିକେଟର ଚାହିଁଥାନ୍ତି । ଏହା ଏକ ଗର୍ବର ବିଷୟ ବୋଲି ଡେଭିଡ କହିଛନ୍ତି । ଡିଭିଲର୍ସ ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୧୪ ଟେଷ୍ଟ, ୨୨୮ ଦିିନିକିଆ ଓ ୭୮ ଟି୨୦ ମ୍ୟାଚ ଖେଳିଛନ୍ତି ।

Leave A Reply

Your email address will not be published.