ବ୍ରହ୍ମପୁର:ଏକ ପରିତ୍ୟକ୍ତ ଘରେ ବିଦେଶୀ ମଦ କାରଖାନା ଚାଲିଥିବା ଗ୍ୟାଙ୍ଗ୍କୁ ଧରିଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା ଓ ସିଅଳା ରୋଡ୍ରେ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ୪ଜଣ ଯୁବକ ବିଦେଶୀ ମଦ ବିକ୍ରି କରିବାକୁ ନେଉଥିଲେ । ପୋଲିସ ସେମାନଙ୍କ ନିକଟରୁ ସୂଚନା ପାଇଥିଲା । ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ନେତୃତ୍ୱରେ ଏକ ଟିମ୍ ବେତଝରୀ ଗ୍ରାମ ନିକଟରେ ଚଢ଼ାଉକରି ସେଠାରେ ଏକ ପରିତ୍ୟକ୍ତ ଘରେ ନକଲି ମଦ ପ୍ରସ୍ତୁତ ଚାଲିଥିବା ଦେଖିବାକୁ ପାଇଥିଲା । ସେଠାରୁ ୪୦ଲିଟର ସ୍ପିରିଟ୍, ୫୦୦ବିଭିନ୍ନ ବ୍ରାଣ୍ଡର ବୋତଲ, ୩ହଜାର ଠିପି, ବିଭିନ୍ନ ବ୍ରାଣ୍ଡର ୫୦୦ ଲେବଲ୍, ବିଭିନ୍ନ ବ୍ରାଣ୍ଡର ୨୦ଲିଟର ନକଲି ମଦ, ଏକ ଅଟୋ ରିକ୍ସାକୁ ଜବତ କରିଛି ପୋଲିସ। ଏନେଇ ଗୋଳନ୍ଥରା ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ଛକର ମୁନା ନାୟକ(୪୨), ସୀତାରାମ ସାହିର ବୁଲୁ ପାତ୍ର(୫୦), ଜଗବନ୍ଧୁ ସାହିର ସନିଆ ସାହୁ(୩୭)ଙ୍କ ସମେତ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟର ନିଲୁ ସାହୁ(୨୭)ଙ୍କୁ ଗିରଫ କରିଛି । ସୂଚନାଥାଉକି, କିଛିଦିନ ତଳେ ଇନ୍ଦ୍ରାକ୍ଷୀର ନକଲି ମଦ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ କନିଷିର ନିଲୁ ଗିରଫ ହୋଇ କୋର୍ଟଚାଲାଣ ହୋଇଥିବା ବେଳେ ପୁଣିଥରେ ଆସି ଏହି ନକଲି ମଦ କାରଖାନା ଚଲାଉଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
BREAKING NEWS
- ରାଷ୍ଟ୍ରୀୟ ଅଧ୍ୟକ୍ଷକଙ୍କୁ ଅଲଗା ବେତନ ଦେଇଥାଏ BJP? ଜାଣନ୍ତୁ ଜେପି ନଡ୍ଡାଙ୍କ ପରେ କେତେ ଟଙ୍କା ପାଇବେ ନବୀନ
- Damodar Rout: ‘ପାରାଦୀପ ଓ କୁଜଙ୍ଗରେ ଦାମ ବାବୁଙ୍କ ଦୁଇଟି ପ୍ରତିମୂର୍ତ୍ତି ମୁଁ ତିଆରି କରିବି’
- ଟି୨୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଏକତରଫା ବିଜୟ
- ଯାଜପୁରରେ ରାଜନୈତିକ ହିଂସା, ବହୁ ଆହତ
- IED blast in Saranda forest: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ; ୨ଯବାନ ଆହତ
- ଗୋଆ ନାଇଟ୍ କ୍ଲବ ଅଘଟଣ; ପୁରୀରେ ଅଗ୍ନି ନିରାପତ୍ତା ଯାଞ୍ଚ ଜୋରଦାର…
- ଆନ୍ତର୍ଜାତୀୟ ଟି୨୦ରେ ୧୦୦ ୱିକେଟ ନେଲେ ହାର୍ଦ୍ଦିକ
- Terror attack at Sydney:ଇହୁଦୀ ପର୍ବ ପାଳନ ବେଳେ ଆତଙ୍କବାଦୀ ଆକ୍ରମଣ; ଭାରତ ଦୃଢ଼ ନିନ୍ଦା କରିବା ସହ…
- Messi’s ‘Messy’ Event: କୋଲକାତା ଷ୍ଟାଡିୟମରେ ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଆୟୋଜକ ବନ୍ଧା…
- ୧୯ ବର୍ଷରୁ କମ ଏସିଆ କପ: ପାକିସ୍ତାନକୁ ହରାଇଲା ଭାରତ
Comments are closed.